ଗଳି ପୋଲ ନିର୍ମାଣ ଦାବି ଯୋର ଧରିଲା ଆନ୍ଦୋଳନ,ଯୋଗ ଦେଲେ ବଡଚଣା ବିଧାୟକ 

ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଚଟି ଘର ନିକଟସ୍ଥ ଦେଇ ଯାଇ ଥିବା ୧୬ନମ୍ବର୍ ଜାତୀୟ ରାଜପଥ ରେ   ମର୍ମନ୍ତୁଦ ସଡକ ଦୃଘଟଣା  ଘଟି ଥିବା ବେଳେ ତିନି ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରା ଯାଇଥିଲା, ଚିକିତ୍ସିତ ଅବସ୍ଥାରେ  ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ  ମୃତ୍ୟୁ ଘଟି ଥିବା ବେଳେ ଜଣେ ଜୀବିତ ଥିବା ସୂଚନା ମିଳିଛି  । ଏହି ଦୁଃଖଦ ଜଣା ପଡିବ ପରେ  ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

ବାରମ୍ବାର ଦୃଘଟଣାରେ ବହୁ ଧନ ଜୀବନ ହାନି ହେଉଥିବା ବେଳେ ସେଠାରେ ଏକ ଗଳି ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବି  କରି ଆନ୍ଦୋଳନ ଜାରି ରଖିଛନ୍ତି  । ଏ ସମ୍ପର୍କରେ ଏନ,ଏଚ,ଆଇ କାର୍ତ୍ୟୁପକ୍ଷ ଙ୍କ ଦୃଷ୍ଟି  ଆକର୍ଷଣ  କରାଯାଇ ଥିବା ବେଳେ, ସ୍ଥାନୀୟ ସମାଜ ସେବୀ,ବୁଦ୍ଧି ଜୀବୀ, ରାଜନେତା,ଅଞ୍ଚଳବାସୀ ସମସ୍ତେ,,ଏକତ୍ରିତ ହୋଇ ଅନଶନରେ ବସିବା ସହିତ ତୁରନ୍ତ ଏକ ,,ଗଳି ପୋଲ ନିର୍ମାଣ କରାଯିବାକୁ ଦାବି କରାଯାଇ ଥିବା ଦେଖିବାକୁ ମିଳିଛି ।

ଆଜି ମାନ୍ୟବର ବଡ ଚଣା ବିଧାୟକ ଅମର ପ୍ରାସାଦ ଶତପଥୀ ଧାରଣା ରେ ଯୋଗ ଦେଇ ଅଞ୍ଚଳ ବାସୀଙ୍କ ଦାବି କୁ  ରାଜପଥ କର୍ତ୍ୟୁପକ୍ଷ ତୁରନ୍ତ ବିଚାରକୁ ନେବା ଜରୁରୀ ବୋଲି ମତରଖିଥିବା ଦେଖିବାକୁ ମିଳିଛି । ଏଥିରେ ସ୍ଥାନୀୟ  ବ୍ଲକର ଅଧକ୍ଷ୍ୟ ଭାଗ୍ୟଧର ମଲ୍ଲିକ । ସରପଞ୍ଚ  ନୟନା ବେହେରା  ସ୍ତମ୍ଭକାର ମିହିର ପ୍ରତାପ ଦାସ । ମହିଳା ମୋର୍ଚ୍ଚା ସଭାପତି ମନୋରମା ଆଚ୍ଚାର୍ଯ୍ୟ ସମାଜ ସେବୀ ମାଧବାନନ୍ଦ ମହାପାତ୍ର  ଗିରିଶ ପାତ୍ର ଅମରେଶ୍ ନନ୍ଦ  ବିପିନ୍ ବିଶ୍ଵାଳ ସ୍ଥାନୀୟ ଅଞ୍ଚଳର ଅଧିବାସୀ  ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ । (ରିପୋର୍ଟ – ଚନ୍ଦ୍ର ଶେଖର ପୃଷ୍ଟି,ଛତିଆ )

Exit mobile version