ଓଡ଼ିଶା ତାଜା ନ୍ୟୁଜ ( ୧୩ ଜୁଲାଇ , ମଙ୍ଗଳବାର ) କନ୍ଧମାଳ :- ଆଜି ବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି। ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ଼ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ଏବେ କେନ୍ଦ୍ରରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ରେଳମନ୍ତ୍ରୀ ହେବାପରେ ପ୍ରକଳ୍ପ ତ୍ଵରାନିତ ହେବା ଆଶା ଉଜ୍ବଳ ହେବ ବୋଲି ଆଶା କରାଯାଉଛି।୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ତାଳଚେର-ଲାଞ୍ଜିଗଡ଼ ରେଳ ପ୍ରକଳ୍ପ ପାଇଁ ପୂର୍ବତଟ ରେଳବାଇକୁ ଏକ ସର୍ଭେ ନିମେନ୍ତ ଚିଠି କରିଥିଲେ । ଏହାର ଦୈର୍ଘ୍ୟ ୨୩୦ କିଲୋମିଟର ଓ ଏଥିପାଇଁ ୫୨୦୫.୯୬ କୋଟି ଅଟକଳ ମୂଲ୍ୟର ଏକ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଥିଲେ। ରେଳ ବିଭାଗ ଏହାର ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛି ।

