ଧନେଶ୍ୱର ଓ ଖାରଜବଟିରା ଅଙ୍ଗନବାଡି ପକ୍ଷରୁ କରୋନା ସଚେତନତା ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) କୋରାଇ :- ମହାମରୀ କରୋନାର ଶୃଙ୍ଖଳ ଭାଙ୍ଗିବା ଓ ତାହର ସଠିକ ମୁକାବିଲା କରାଯିବା ଲାଗି ଲୋକଙ୍କୁ ନାଚ, ଗୀତ ଆଦି ବିଭିନ୍ନ ଜରିଆରେ ସରକାରଙ୍କ ପକ୍ଷରୁ ସଚେତନ କରାଯାଉଛି । ଏହି କ୍ରମରେ କୋରାଇ ବ୍ଲକ ଧନେଶ୍ୱର ପଂଚାୟତ ଓ ସାଦକପୁର ପଂଚାୟତର ଖାରଜା ବଟିରା ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଏକ ସଚେତନତା ଅଭିଯାନ କରାଯାଇଥିଲା । କରୋନା ପଦଯାତ୍ରା ଅଭିଯାନକୁ ମୁଖ୍ୟ ଅତିଥିଭାବେ ଧନେଶ୍ୱର ସରପଂଚ ନିର୍ମଳା ରାଉତ, ସ୧ାନିତ ଅତିଥିଭାବେ ସିଡିପିଓ ସକୁନ୍ତଳା ନାୟକ ପ୍ରମୁଖ ଯୋଗ ଦେଇ ଉଦ୍‌ଘାଟନ କରିବା ସହିତ କରୋନା ସମୟରେ କୌଣସି ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରନ୍ତୁ ନାହିଁ,

ବାହାରକୁ ବାହାରିଲେ ତୁଣ୍ଡି ପରିଧାନ କରୁନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ସାବୁନୁରେ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ସୂଚନା ଦେଇଥିଲେ । ଏହି ନିୟମ ପାଳନ କଲେ ଘାତକ କରୋନାକୁ ଅନାୟସରେ ମୁକାବିଲା କରି ପାରିବା ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ଡାକବାଜୀ ଯବ ମାଧ୍ୟମରେଲୋକଙ୍କୁ ସଚେତନ କରାଯିବା ସହିତ ଧନେଶ୍ୱର ଓ ଖାରଜ ବଟିରା ଗ୍ରାମରେ ପଦଯାତ୍ରା ମଧ୍ୟ କରାଯାଇଥିଲା ।

ଅଙ୍ଗନବାଡ଼ି କର୍ମୀ ବିଶ୍ୱସିନୀ ଗୋସ୍ୱାମୀ ଓ ସ୍ୱାସ୍ଥ୍ୟ କର୍ମୀ ପ୍ରସନ୍ନ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ କୋରାଇ ଗୋଷ୍ଠୀ କେନ୍ଦ୍ରର ପିଏଚ୍‌ଓ ଭାରତୀ ପଣ୍ଡା, ବିପିଏମ୍ ଶୁଭ୍ରାଞ୍ଜଳି ସାମଲ, ବଟିରା ଅଙ୍ଗନବାଡ଼ି କର୍ମୀ ଭାନୁମତୀ ପଣ୍ଡା, ଜୟନ୍ତୀ ମଲ୍ଲିକ, ଆଶା କର୍ମୀ ଗୀତାଞ୍ଜଳି ସେଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପଦଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଧନେଶ୍ୱର ପଂଚାୟତ କାର୍ଯ୍ୟାଳୟରେ ସ୧ୁଖରେ ଉଦ୍‌ଯାପନୀ କରାଯାଇଥିଲା । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version