ଘରେ ରହି ମହାପ୍ରଭୁଙ୍କୁ ଟିଭିରେ ଦର୍ଶନ କଲେ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ଭୁବନେଶ୍ୱର :- ଆଜି କଟକଣା ଅନୁଯାୟୀ ସମଗ୍ର ଶ୍ରଦ୍ଧାଳୁଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ପାଳନ ହେଉଛି ରଥଯାତ୍ରା । ରତ୍ନବେଦୀରୁ ଆସି ରଥରେ ବିଜେ କରି ତିନି ରଥରେ ତିନି ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଗଡିଚାଲିଛି । ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରୁଛନ୍ତି ତିନି ଠାକୁର ।

କଟକଣା ଅନୁଯାୟୀ ସମଗ୍ର ଶ୍ରଦ୍ଧାଳୁଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରତିବର୍ଷ ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଆନ୍ତି । ମାତ୍ର କଟକଣା ପାଇଁ ଘରେ ରହି ଘୋଷଯାତ୍ରା ଦେଖିଛନ୍ତି । ଏହାସହ ସମସ୍ତ ଜନସାଧାରଣଙ୍କୁ ରଥଯାତ୍ରାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Exit mobile version