ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ ଉତକ୍ଷେପଣ ହୋଇଛି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ବାଲେଶ୍ୱର :- ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ (ବ୍ରହ୍ମୋସର ଅପଡେଟ ଭରସନ୍‍) ଉତକ୍ଷେପଣ ହୋଇଛି । ଉତକ୍ଷେପଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଛି । ଭାରତ ଓ ଋଷର ମିଳିତ ସହଯୋଗରେ ବ୍ରହ୍ମୋସ ନିର୍ମିତ ହୋଇଛି ।  ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଉଛି ।

ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରେ ସୁପରସୋନିକ ମିଶାଇଲ ବ୍ରହ୍ମୋସ । ଏଥିରେ ୨୦୦ ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।(ଦୀପ୍ତିମାନ ପତି, ବାଲେଶ୍ୱର )

Exit mobile version