ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ ବର୍ଗମାଳା ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ଭୁବନେଶ୍ୱର :-   ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍‌ ଟ୍ରକ୍‌ର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ସୁପ୍ରୋ ପ୍ଲାଟ୍‌ଫର୍ମରେ ତିଆରି କରାଯାଇଥିବା ଏହି ଟ୍ରକ୍‌ଗୁଡ଼ିକ ସୁଲଭ ମୂଲ୍ୟର, ଅଧିକ ଶକ୍ତିଶାଳୀ ଓ ଅଧିକ ପେଲୋଡ୍ କ୍ଷମତା ସହ ଅଧିକ ମାଇଲେଜ୍ ପ୍ରଦାନ କରିବ, ଫଳରେ ଗ୍ରାହକଙ୍କୁ ଅଧିକ ଲାଭ ମିଳିବ । ସୁପ୍ରୋ ପ୍ରଫିଟ୍ ଟ୍ରକ୍ ମିନିର ଏକ୍ସ ସୋ’ରୁମ୍ ଦାମ୍ (ମୁମ୍ବାଇ) ୫.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ମାକ୍ସିର ଦାମ୍ ୬.୨୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏ ସମ୍ପର୍କରେ ବିଜୟ ନାକ୍ରା, ସିଇଓ, ଅଟୋମୋଟିଭ୍ ଡିଭିଜନ୍‌, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଲିମିଟେଡ୍ କହିଛନ୍ତି ଯେ, “ସୁପ୍ରୋ ନିଜର ଦକ୍ଷତା ଓ ଇଞ୍ଜିନିୟରିଂ କ୍ଷମତା ଯୋଗୁଁ ଆମର ଗ୍ରାହକମାନଙ୍କ ପାଇଁ ଅନ୍ୟତମ ପସନ୍ଦର କ୍ଷୁଦ୍ର ବାଣିଜ୍ୟିକ ଯାନ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି । ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଉନ୍ମୋଚନ ସହିତ ଗ୍ରାହକମାନଙ୍କ ଲାଭ ହାସଲ ଉପରେ ଧ୍ୟାନ ଦେଇ ଆମେ ଏହାର ଉପସ୍ଥାପନାରେ ଉନ୍ନତି ଆଣିଛୁ । ଏହାର ମୂଲ୍ୟ ବେଶ ପ୍ରତିଦ୍ୱ୍‌୍‌ଦ୍ୱିତାପୂର୍ଣ୍ଣ ରହିଥିବା ବେଳେ ଶ୍ରେଣୀର ଅଗ୍ରଣୀ ପ୍ରଦର୍ଶନ, ଇନ୍ଧନ ମିତବ୍ୟୟିତା ଏବଂ ଡିଜେଲ୍ ଓ ସିଏନ୍‌ଜି ପାୱାର୍‌ଟ୍ରେନ୍‌ର ବିକଳ୍ପ ମଧ୍ୟ ଏହା ପ୍ରଦାନ କରୁଛି । ମୋର ବିଶ୍ୱାସ ରହିଛି ଯେ ଏକ ପରିବର୍ତନକାରୀ ଭାବେ ଏହି ବର୍ଗମାଳା ଗ୍ରାହକମାନଙ୍କୁ ସମୃଦ୍ଧ କରିବା ଓ ଆଗକୁ ବଢ଼ିବାରେ ବିଶେଷ ସହାୟକ ହେବ ।’’

ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଉପରେ ଆକର୍ଷଣୀୟ ଫାଇନାନ୍ସ ବିକଳ୍ପ ପ୍ରଦାନ କରାଯାଉଛି । ଗଆହକମାନେ ୫ ବର୍ଷ ପର୍ଯ୍ୟନ୍ତ ଅବଧିର ଋଣ ନେଇପାରିବେ ଏବଂ ଆଇଆର୍‌ଆର୍‌ ୧୨.୯୯%ରୁ ଆରମ୍ଭ ହେବ ଯାହା ଗ୍ରାହକଙ୍କ ଇଏମ୍‌ଆଇ କମ୍ ରଖିବାରେ ସହାୟକ ହେବ । ଗ୍ରାହକମାନେ ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ରେ ୧୦୦% ପର୍ଯ୍ୟନ୍ତ ଋଣ ନେଇପାରିବେ । ମହାରାଷ୍ଟ୍ରର ଚକନ୍ ଠାରେ ଥିବା କାରଖାନାରେ ଏହାକୁ ଉତ୍ପାଦନ କରାଯାଉଛି । ଏହାକୁ କଠିନ ଭାବେ ପରୀକ୍ଷା କରାଯାଇଛି ଏବଂ ଏହାର ପ୍ରଦର୍ଶନ, ସୁରକ୍ଷା ଓ ଭରସାଯୋଗ୍ୟ ମାନଦଣ୍ଡକୁ ନିଶ୍ଚିତ କରାଯାଇଛି । ମହିନ୍ଦ୍ରା ବ୍ରାଣ୍ଡ୍‌ର ବିଶ୍ୱାସ ସହିତ ଏଥିରେ ରହିଛି ଶକ୍ତିଶାଳୀ ଏସି ଏବଂ ମୋବାଇଲ୍ ଚାର୍ଜିଂ ପଏଌକ୍ଷଗ୍ଧ;୍ । ଗ୍ରାହକମାନେ ଏହା ଉପରେ ୩ ବର୍ଷ / ୮୦,୦୦୦ କିମିର ୱାରେଌକ୍ଷଗ୍ଧ;ି ପାଇପାରିବେ । ଉକ୍ଟକ୍ଟ୍ରଚ୍ଚକ୍ସସଶଷଗ୍ଧ ତ୍ତ ୨୦୨୧ ଗବଷସଦ୍ଭୟକ୍ସବ ଌବଜ୍ଞକ୍ଟ୍ର; ଗବଷସଦ୍ଭୟକ୍ସବ ଖଗ୍ଧୟ. ଇକ୍ଷକ୍ଷ କ୍ସସଶଷଗ୍ଧଗ୍ଦ କ୍ସରଗ୍ଦରକ୍ସଙ୍ଖରୟ. ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ରେ ବିଏସ୍‌-୬ ଡିଜେଲ୍ ଇଞ୍ଜିନ୍ ଥିବା ବେଳେ ଏହା ଲିଟର ପିଛା ୨୩.୩୦ କିମି ମାଇଲେଜ୍ ପ୍ରଦାନ କରୁଛି । ଏଥିରେ ୧୩ ଇଂଚ ଟାୟାର୍‌, ୧୭୦ ଏମ୍‌ଏମ୍‌ର ଗ୍ରାଉଣ୍ଡ୍ କ୍ଲିୟରାନ୍ସ, କାର୍ ଭଳି ଗିୟର୍ ପରିବର୍ତନ କରିବା ସୁବିଧା, ୨୨୦ ଏମ୍‌ଏମ୍‌ର ଫ୍ରଌକ୍ଷଗ୍ଧ;ାଲ୍ ନୋଜ୍ ଡିଜାଇନ୍ ଯାହା ସାମ୍ନାପଟେ ଦୁର୍ଘଟଣା ବେଳେ କ୍ଷତିକୁ କମ୍ କରିବା ଭଳି ସୁବିଧା ରହିଛି । କଂପାନି ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ ମାକ୍ସିକୁ ମଧ୍ୟ ଉନ୍ମୋଚନ କରିଛି ।

Exit mobile version