ମୋଦିକେୟାର୍ ଲିମିଟେଡ୍ ପକ୍ଷରୁ ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ ଉତ୍ପାଦ ବର୍ଗର ସୁଦୃଢ଼ୀକରଣ ; ୱେଲ୍ ବ୍ରାଣ୍ଡ୍ ଅଧୀନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଚ୍ୟବନ୍‌ପ୍ରାସ୍‌ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ଭୁବନେଶ୍ୱର :- ଭାରତର ଅନ୍ୟତମ ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କଂପାନି ମୋଦିକେୟାର୍ ଲିମିଟେଡ୍ ଏହାର ଲୋକପ୍ରିୟ ବ୍ରାଣ୍ଡ୍ ୱେଲ୍ ଅଧୀନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ଚ୍ୟବନ୍‌ପ୍ରାସ୍‌କୁ ଉନ୍ମୋଚନ କରି ହେଲ୍‌ଥ ଆଣ୍ଡ୍ ୱେଲ୍‌ନେସ୍ କ୍ଷେତ୍ରରେ ଏହାର ଉପସ୍ଥିତିକୁ ଦୃଢ଼ କରିଛି । କଂପାନିର ୨୫ତମ ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଏହି ଉନ୍ମୋଚନ କରାଯାଇଛି ଯାହା ଏହି ଉଲ୍ଲେଖନୀୟ ଯାତ୍ରାକୁ ପରିପୂର୍ଣ୍ଣ କରିଛି ଏବଂ ଉଚିତ୍ ମୂଲ୍ୟରେ ଉପଯୋଗୀ ଉତ୍ପାଦ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି । ୱେଲ୍ ବ୍ରାଣ୍ଡ୍‌ର ସାଇ-ବେଦିକ୍ ବର୍ଗ ଅଧୀନରେ ଏହି ଚ୍ୟବନ୍‌ପ୍ରାସ୍‌କୁ ବିକଶିତ କରାଯାଇଛି ଯାହା ଆୟୁର୍ବେଦ ଓ ଆଧୁନିକ ବିଜ୍ଞାନର ଲାଭକୁ ଏକତ୍ରୀତ କରିଛି । ଚନ୍ଦନ, ଅଁଳା ଓ ଅଶ୍ୱଗନ୍ଧା ଭଳି ୪୦ରୁ ଅଧିକ ପ୍ରକାରର ଅତ୍ୟାବଶ୍ୟକୀୟ ଜଡ଼ିବୁଟିର ଉତ୍ତମ ଗୁଣରେ ଏହା ଭର୍ତି ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ସହାୟକ ହେବ । ଏକ ଶକ୍ତିଶାଳୀ ଜୀବାଣୁ ନାଶକାରୀ ଭାବେ ୱେଲ୍ ଚ୍ୟବନ୍‌ପ୍ରାସ୍ କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବା ଏବଂ ସେଥିରେ ଉନ୍ନତି ଆଣିବାରେ ସହାୟକ ହେବ ନାହିଁ ବରଂ ନିଶ୍ୱାସପ୍ରଶ୍ୱାସ କ୍ରୀୟାକୁ ସୁଦୃଢ଼ କରିବା, ମସ୍ତିଷ୍କରେ ଉନ୍ନତି ଆଣିବା, ରକ୍ତ ବିଶୋଧନ କରିବା ସହ ସାମଗ୍ରିକ କଲ୍ୟାଣ ପାଇଁ ଏହା ସାଧାରଣ ରୋଗ ବିରୋଧରେ ଲଢ଼େଇ କରିବ । କୋଭିଡ୍ ସମୟରେ ସ୍ୱାସ୍ଥ୍ୟ ଓ ୱେଲ୍‌ନେସ୍ ଉତ୍ପାଦ ଚାହିଦାରେ ବୃଦ୍ଧି ଘଟିଥିବା ବେଳେ ଏହି ଉନ୍ମୋଚନ ୱେଲ୍‌ନେସ୍ କ୍ଷେତ୍ରରେ ମୋଦିକେୟାର୍‌ର ସ୍ଥିତିକୁ ଦୃଢ଼ କରିବ ଯେଉଁଥିରେ ଦ୍ରୁତ ଅଭିବୃଦ୍ଦି ଦେଖାଯାଉଛି । ଏହି ଉନ୍ମୋଚନ ବିଷୟରେ ଘୋଷଣା କରି ଶ୍ରୀଯୁକ୍ତ ସମୀର ମୋଦୀ, ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ମୋଦିକେୟାର୍ ଲିମିଟେଡ୍‌ କହିଛନ୍ତି ଯେ,

“କୋଭିଡ୍ ଦେଖାଦେବା ପରେ ସ୍ୱାସ୍ଥ୍ୟ ଓ ୱେଲ୍‌ନେସ୍‌ର ଗୁରୁତ୍ୱ ବଢ଼ିଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଉତ୍ପାଦ ଏବେ ଏକ ବାଧ୍ୟ ଆବଶ୍ୟକତାରେ ପରିଣତ ହୋଇଛି । ନବସୃଜନ ପ୍ରତି ଆମର ରହିଥିବା ପ୍ରତିବଦ୍ଧତା ଓ ଭିନ୍ନତା ଆଣୁଥିବା ନୂଆ ଉତ୍ପାଦ ଆଣିବା ପାଇଁ ଆମେ ପୁରାତନ ଯୁଗର ପାରମ୍ପରିକ ଆୟୁର୍ବେଦ ଜ୍ଞାନକୁ ଆଧୁନିକ ବିଜ୍ଞାନ ସହ ମିଶ୍ରଣ କରି ସାଇ-ବେିଦକ୍ ବର୍ଗରେ ନୂଆ ଉତ୍ପାଦ ଉପସ୍ଥାପନ କରିଛୁ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଦିଆଯାଉଥିବା ଗୁରୁତ୍ୱକୁ ନଜରରେ ରଖି ଆମେ ଆମର କ୍ଷେତ୍ରରେ ନେତୃତ୍ୱକୁ ଆହୁରି ଦୃଢ଼ କରିବାକୁ ଚାହୁଁଥିବା ବେଳେ ୱେଲ୍‌ ଚ୍ୟବନ୍‌ପ୍ରାସ୍ ହେଉଛି ଏକ ପ୍ରାକୃତିକ ପ୍ରଗତି ।’’ ୱେଲ୍‌ନେସ୍ ଏକ ପ୍ରମୁଖ ବର୍ଗ ହୋଇଥିବା ବେଳେ ଗ୍ରାହକମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରଦାନ କରିବା ଲାଗି ମୋଦିକେୟାର୍ ନିରନ୍ତର ଭାବେ ନବସୃଜନ ଓ ପ୍ରଯୁକ୍ତିକୁ ବ୍ୟବହାର କରୁଛି । ରୋଗ ପ୍ରତିରୋଧକ ଶକ୍ତି ଗଠନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ମୋଦିକେୟାର୍‌ର ୱେଲ୍‌ ବ୍ରାଣ୍ଡ୍‌ର ଚାହିଦାରେ ବୃଦ୍ଧି ଘଟିଛି ଏବଂ ଏହା ମୋଦିକେୟାର୍‌ର ମୋଟ ବ୍ୟବସାୟରେ୨୯% ଅବଦାନ ପ୍ରଦାନ କରଛି । ପ୍ରକୃତରେ ୨୦୨୦-୨୧ରେ ଏହି ବ୍ରାଣ୍ଡ୍ ୪୦% ବୃଦ୍ଧି ହାସଲ କରିିଛି । ନିକଟରେ ଉନ୍ମୋଚନ ହୋଇଥିବା ଚ୍ୟବନ୍‌ପ୍ରାସ୍ ବ୍ୟତୀତ ଏହି ବ୍ରାଣ୍ଡ୍ ଏହାର ସାଇ-ବେଦିକ୍ ବର୍ଗର ବିଭିନ୍ନ ପ୍ରକାର ଉତ୍ପାଦ ଯଥା ୱେଲ୍ ଦଳଦୀ, ୱେଲ୍ ଅଁଳା, ୱେଲ୍ ତୁଳସୀ, ୱେଲ୍‌ ଆଲୋଭେରା, ୱେଲ୍ ଅଶ୍ୱଗନ୍ଧା ଓ ଆହୁରି ବହୁତ କିଛି ପ୍ରଦାନ କରୁଛି ଯାହାକୁ ଲୋକମାନଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି । ୱେଲ୍ ଚ୍ୟବନ୍‌ପ୍ରାସ୍‌ର ୫୦୦ ଗ୍ରାମ୍ ପ୍ୟାକ୍ ୨୧୫ ଟଙ୍କାରେ ଉପଲବ୍ଧ ହେଉଛି ଏବଂ ଏହାକୁ ସାରା ଦେଶରେ ଥିବା ମୋଦିକେୟାର୍‌ର ପ୍ରତ୍ୟକ୍ଷକ ବିକ୍ରେତାଙ୍କ ଠାରୁ କିଣାଯାଇପାରିବ ।

Exit mobile version