ବାଲିଆପାଳ ବ୍ଲକ (ଓଡିଶା ତାଜାନ୍ୟୁଜ୍ ) ମଧୁପୁର 4.4.2020 ରିପୋର୍ଟ :– ସମଗ୍ର ବିଶ୍ଵରେ କୋରୋନା ଆତଂକ ଜାରି ରହିଛି । ଏଥରୁ ଆମ ଦେଶ କି ଆମ ରାଜ୍ୟ ବାଦ ପଡ଼ିନାହିଁ । ମହାମାରୀ କରୋନା ଦାଉରୁ ବଞ୍ଚିବା ପାଇଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବା ସହିତ ପ୍ରତେକ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଓ ଅସ୍ଥାୟୀ ଚିକତ୍ସା ଶିବିର ଖୋଲିଛନ୍ତି । ତେବେ ଏହି ସମୟରେ କେହି ଯେମିତି ଭୋକ ଉପାସରେ ନରହନ୍ତି ସେଥିପ୍ରତି କଡା ନିର୍ଦେଶ ସହିତ, ସହର ଠାରୁ ଗ୍ରାମ ପର୍ୟ୍ୟନ୍ତ ସବୁଆଡେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏସବୁ ଘୋଷଣା ସତ୍ତ୍ୱେ ବାଲିଆପାଳ ମଧୁପୁରା ପଂଚାୟତର ଆୟୁସୋଲେସନ ସେଣ୍ଟରରେ ଏହାର ଘୋର ବ୍ୟତିକ୍ରମ ଦେଝିବାକୁ ମିଳିଛି । ଗତ ୩୧ ତାରିଖରୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଖଡଗପୁର ଅଞ୍ଚଳରରୁ ଜଣେ ଶ୍ରମିକ ପାଦରେ ଚାଲି ଚାଲି ଆସି ନିଜ ଗ୍ରାମ ସିମୁଳିଆରେ ପହଞ୍ଚିଥିଲେ । ମାତ୍ର ବିଦେଶ ଫେରନ୍ତା ହୋଇଥିବାରୁ ଗ୍ରାମ ବାସୀମାନେ ତାଙ୍କୁ ଗାଁଆ ରହିବାକୁ ଦେଇନଥିଲେ। ତେଣୁ ସେ ବାଲିଆପ ଳ ବ୍ଲକର ମଧୁପୁର । ପଞ୍ଚାୟତର ଆଇସୁଲେଶନ ସେଣ୍ଟର ୩୧ ତାରିଖରୁ ରହିଥିଲେ । ତେବେ ତାଙ୍କ ରହଣୀକୁ ଦୁଇ ଦିନ ବିତି ଯାଇଥିଲେ ବି ଭୋକ ଉପାସରେ ରହିଛନ୍ତି । ବର୍ତ୍ତମାନ ସୁଧା ଚିକିତ୍ସା ସେବା ପାଇବାତ ଦୂରର କଥା ପ୍ରଶାସନ ପହଁଚି ପାରିନାହିଁ କି ମୁଠାଏ ଖାଇବାକୁ ଦେଇ ପାରି ନାହିଁ । ତେବବ ଖବର ପାଇ ଦେବଦୂତ ସାଜୀ ସାହାଯ୍ୟର ହାତ ବଢ଼ାଇବା ସହିତ ଖାଇ ବାକୁ ଦେଇଛନ୍ତି , ସ୍ଥାନୀୟ ବାସିନ୍ଦା କାଳିକିଙ୍କର ପଣ୍ଡା । ଏଠାରେ ସୂଚନା ଥାଉକି କେବଳ ମଧୁପୁରା ଆଇସୋଲେସନ ସେଣ୍ଟର ନୁହଁ ବାଲିଆପାଳ ବ୍ଲକର ଅନ୍ୟ ପଞ୍ଚାୟତମାନଙ୍କରେ ହୋଇଥିବା ଆଇସୋଲେସନ ସେଣ୍ଟର୍ ମାନଙ୍କରେ ମଧ୍ୟ ମଧୁପୁରା ପଞ୍ଚାୟତ ଠାରୁ ଘୋର ଅବ୍ୟବସ୍ଥା ଥିବାର ସୂଚନା ମିଳିଛି ।
ଅବ୍ୟବସ୍ଥା ଘେରରେ ଆଇସୋଲେସନ ସେଣ୍ଟର ଜଳେଶ୍ୱର

- Categories: Uncategorized, ଓଡ଼ିଶା, ହୋମ୍
Related Content
ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ
by
Proprietor Abhimanyu Maharana
September 10, 2026
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି
by
Proprietor Abhimanyu Maharana
September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026