ମାୟାବତୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଟି ମୃଗତୃଷ୍ଣା ପାଲଟି ନ ଯାଉ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର) ପାଟଣାଗଡ଼ :- ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଚାଷୀ ମାନଙ୍କ ମୂଖ୍ୟ ସମସ୍ୟା ଠିକ୍ ସମୟରେ ଚାଷ କାମ ପାଇଁ ପାଣି ର ଆବଶ୍ୟକ ରହିଥାଏ । ବେଲେବେଲ ବର୍ଷା ଅଭାବରେ ଚାଷ କାମ ବ୍ୟାହତ ସୃଷ୍ଟି କରିବା । ଚାଷୀ ଙ୍କ ଏହି ସମସ୍ୟା କୁ ଦୂର କରିବାପାଇଁ ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ ରେ କେନାଲ , ଚେକ୍ ଡେମ , କ୍ଷୁଦ୍ର ଜଳସେଚନ,ଉଠା ଜଳସେଚନ ,ବୋରୱଲ ପ୍ରକଳ୍ପ ମାଧ୍ୟମରେ ପାଣି ର ବ୍ୟବସ୍ଥା କରିଥାନ୍ତି ।

ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଅର୍ଥ ଶ୍ରାଦ୍ଧ ର ସଲାସୁତରା କାରାବାର ହେତୁ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଅନୁମୋଦିତ ପ୍ରକଳ୍ପ ଚାଷୀ ଙ୍କ ଚାଷ କାମ ଆସୁନଥିବା ଗୁରୁତର ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବଂଞ୍ଜାରି ନିକଟସ୍ଥ ମାୟାବତୀ ନଦୀ ଉପରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ଡ଼୍ୟାମ ନିର୍ମାଣ କରି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରାଯାଇଛି । ଏବଂ କେନାଲ ସାହାଯ୍ୟରେ ଚାଷ କାମ ପାଇଁ ପାଣି ମାଡି ବ୍ୟବସ୍ଥା କରାଯାଇଛି । ନିମାର୍ଣ ଧିନ କେନାଲ ର ଉନ୍ନତି କରଣ ପାଇଁ ,୨୦୨୧ ଆର୍ଥିକ ବର୍ଷ ଗତ ମାର୍ଚ୍ଚ ମାସ ରେ ୫କୋଟି ୩୨ ଲକ୍ଷ ,୭୧ ହଜାର ,୪ଶହ ଟଙ୍କା ମଞ୍ଜୁର ହୋଇଥିଲା । କେନାଲ ର ଉନ୍ନତି କରଣ କାର୍ଯ୍ୟ ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେନାଲ କାମ ରେ ଫାଟ ସୃଷ୍ଟି ହେଉଛି ।

ଏହି କେନାଲ କାମ ସମ୍ପୂର୍ଣ୍ଣ କରିବା ପାଇଁ ଦେଢ଼ ବର୍ଷ ଅବଧି ସମୟ ରହିଥିବା ପାଟଣାଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଧରଣୀଧର ତ୍ରିପାଠୀ କହିଛନ୍ତି । ଡ଼୍ୟାମ ରୁ ପ୍ରାୟ ୪ ହଜାର ୪୫୦ ମିଟର ଡାହାଣ ପାର୍ଶ୍ଵର କେନାଲ ଉକ୍ତ ଡ଼୍ୟାମ ରୁ ବାହାରି ବଞ୍ଜାରୀ , ବର୍ଥଲା ଦେଇ ବ୍ରହ୍ମପୁରା ନିକଟରେ ଥିବା ଚାଷ ଜମି ପର୍ଯ୍ୟନ୍ତ ନିର୍ମାଣ କାମ କରାଯାଇଥିଲା । କେନାଲ କାମ ରେ ବାଲି , ସିମେଣ୍ଟ ,ଚିପସ୍ ଠିକ୍ ବ୍ୟବଧାନରେ ଉପଯୋଗ କରାଯାଇନାହିଁ । କେନାଲ ଲାଇନିଂ କାମ ରେ ମୋଟେଇ କମ୍ ଥିବା ଏବଂ ଥୁକ୍ ପାଲିସ୍ ଭଲି କାମ ଯୋଗୁ ଅନେକ ସ୍ଥାନରେ ଫାଟ ଓ ଜାଳି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । କାର୍ଯ୍ୟ ର ତଦାରଖ ପାଇଁ ଯାଉ ଥିବା ବିଭାଗୀୟ ଅଧିକାରୀ ଙ୍କୁ ଚାଷୀମାନେ ଅନେକ ଥର ଅଭିଯୋଗ କରିଥିଲେ । 

 ଅନ୍ନ ଦାତା “ଭାବରେ ପରିଚିତ ଥିବା ଚାଷୀ ମାନଙ୍କ ଗୁହାରି କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ କାନ ଶୁଣି ଅନ୍ୟ କାନ ବାହାର କରି କେହି ଶୁଣୂ ନାହାନ୍ତି ବୋଲି ଚାଷୀ ବିମଲ ସାହୁ , ଦଶରଥ ଘିଭେଲା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାର ଙ୍କ କୋଟି କୋଟି ଟଙ୍କାର ବ୍ୟୟ ବରାଦ ନିର୍ମାଣ ହେଉଥିବା ମାୟାବତୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଡ଼୍ୟାମ ଟି ମୃଗ ତୃଷ୍ଣା ପାଲଟି ନ ଯାଉ ବୋଲି ଚାଷୀ ଙ୍କ ମହଲ ମତ ପ୍ରକାଶ ପାଉଛି ।

Exit mobile version