ଘଣ୍ଟ, ଘଣ୍ଟା, କାହାଳୀ ବାଜାରେ ପ୍ରକମ୍ପିତ – ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ପୁରୀ :- ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ   । ଧାଡ଼ି ପହଣ୍ଡିରେ ରଥାରୁଢ ହେଲେ ତିନି ଠାକୁର । ଧାଡ଼ି ପହଣ୍ଡିରେ ପ୍ରଥମେ  ବିଜେ କରିଛନ୍ତି ଶ୍ରୀସୁଦର୍ଶନ । ଏହାପରେ ତାଳଧ୍ଵଜ ରଥରେ ରଥାରୁଢ ହୋଇଛନ୍ତି ପ୍ରଭୁ ବଳଭଦ୍ର ।

 ତାଙ୍କ ପରେ ଦେବଦଳନ ରଥରେ ରଥାରୁଢ ହୋଇଛନ୍ତି ହଳଦୀମୁହିଁ ଦେବୀ ସୁଭଦ୍ରା । ସର୍ବ ଶେଷରେ ଗହଳି ଲଗାଇ ନନ୍ଦିଘୋଷ ରଥରେ ବିରାଜମାନ କଲେ ଭାବ ବିନୋଦିଆ କାଳିଆ ଠାକୁର । ଘଣ୍ଟ, ଘଣ୍ଟା, କାହାଳୀ ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ଭକ୍ତିମୟ ପରିବେଶରେ ପୂରୁ ଉଠୁଛି ବଡ଼ଦାଣ୍ଡ ।

ପବିତ୍ର ଗୁଣ୍ଡିଚା ଯାତ୍ରା । ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ କାଳିଆ ଠାକୁର। ତେବେ କରୋନା କଟକଣା ମଧ୍ୟରେ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ।

Exit mobile version