ଭୁବନେଶ୍ୱର,କଟକ ଓ ଭଦ୍ରକ (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 4.4.2020 ରିପୋର୍ଟ ଅଭିମନ୍ୟୁ :- ଭୁବନେଶ୍ୱର,କଟକ ଓ ଭଦ୍ରକ – ଆଗାମୀ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆହୁରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତେଣୁ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା ଉପରେ ଜୋର ଦେବାକୁ ଉଲ୍ଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିଜାମୁଦ୍ଦିନ ମରକଜ ଫେରନ୍ତାଙ୍କୁ ଅପିଲ କରିଛନ୍ତି, ସେମାନେ ୧୦୪କୁ ଫୋନ କରି ମେଡିକାଲ ସହାୟତା ନିଅନ୍ତୁ ଓ ସାମ୍ନାକୁ ଆସି ନମୂନା ପରୀକ୍ଷା କରାନ୍ତୁ । ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ଯେଉଁମାନେ ଏଥିରେ ସାମିଲ ହେବେ ସରକାର ସେମାନଙ୍କୁ ଆଉ ତାଙ୍କ ପରିବାରକୁ ପୁରା ସହାୟତା ପ୍ରଦାନ କରିବା ସହ କରିବା ସହ ସେବା ଯୋଗାଇବେ । ତଥ୍ୟ ଜଣାଇବାରେ ବିଳମ୍ବ କଲେ ସମସ୍ତଙ୍କ ପାଇଁ ସମସ୍ୟା ଉପୁଜିପାରେ । ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ଓ ରାଜ୍ୟ ପାଇଁ ମଧ୍ୟ ସମସ୍ୟା ଦେଖାଦେବ । କାରଣ ଆଗାମୀ ୪୮ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି ।
୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, କରୋନା ମୁକାବିଲା ପାଇଁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ : ଭି.କେ. ପାଣ୍ଡିଆନ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ
by
Proprietor Abhimanyu Maharana
April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ
by
Proprietor Abhimanyu Maharana
April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା
by
Proprietor Abhimanyu Maharana
April 25, 2026
ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ
by
Proprietor Abhimanyu Maharana
April 25, 2026
ଦଉଡ଼ିରେ ପଛୁଆ ଓଲଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପ୍ରିୟାଂଶୁ ମଲ୍ଲିକ
by
Proprietor Abhimanyu Maharana
April 25, 2026
ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ
by
Proprietor Abhimanyu Maharana
April 25, 2026