ଗୋପାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ୨୩୮ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ; ଗୋପାଳକୃଷ୍ଣ ପଦାବଳୀ ଓଡ଼ିଆ ସାରସ୍ୱତ ସାଗର ପାଇଁ ଏକ ଅନନ୍ୟ ଉପହାର

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ପାରଳାଖେମୁଣ୍ଡି :- ପାରଳାଖେମୂଣ୍ଡିର ସର୍ବ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାରଳା’ର ରୀତି ଯୁଗର ଅମ୍ଳାନ ପ୍ରତିଭାଧର ଅଲିଭା ସାରସ୍ୱତ ଶିଖା କବି କଳାହଂସ , ବସନ୍ତକୋକିଳ, ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଉତ୍ସବ ଆଭାସୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠାନର ଉପଦେଷ୍ଟା ତଥା ଆବାହକ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି ।

ପ୍ରାତଃରେ ସ୍ଥାନୀୟ ଗୋପାଳକୃଷ୍ଣ ପାଠାଗାରର ଠାରେ ଅବସ୍ଥିତ ଗୋପାଳକୃଷ୍ଣଙ୍କ ଆବକ୍ଷ ପ୍ରତିମୃର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଭର୍ଚୁଆଲ ଆଲୋଚନାରେ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର,ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଡ.କଲ୍ୟାଣୀ ମିଶ୍ର, ରାଧାରମଣ ପଟ୍ଟନାୟକ (ବ୍ରହ୍ମପୁର), ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ବିଷ୍ଣୁମୋହନ ଅଧିକାରୀ,ପ୍ରଭୃତି ଯୋଗଦାନ କରିଥିଲେ । ସଭାଶେଷରେ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜଚୌଧୁରୀ )

Exit mobile version