୨୪ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରୁ ୯ ବାଘ ଛାଲ ଜବତ ଓ ୭ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୧ ଜୁଲାଇ ରବିବାର) କଳାହାଣ୍ଡି:- ରାଜ୍ୟ ବାହାରର ଜଣେ ଗ୍ରାହକଙ୍କ ପାଖରୁ ସୁରାକ ପାଇ ବନ ବିଭାଗ କଳାହାଣ୍ଡି ଜିଲ୍ଲାରେ ଏକ ବାଘ ଛାଲ ରାକେଟକୁ ଧରିବାରେ ସକ୍ଷମ ହୋଇଥିଲା। ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ମ.ରାମପୁରର ମନୋଜ ବେହେରା, ଅମାଠ ଗ୍ରାମର କାର୍ତ୍ତିକ ରଣାଙ୍କୁ ଗିରଫ କରି ତିନୋଟି ବାଘ ଛାଲ ଓ ଏକ ବାଘ ଦାନ୍ତ ଜବତ ହୋଇଥିଲା। ପ୍ରଥମେ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ବିଭାଗ, ଛତିଶଗଡ଼ ବନ ବିଭାଗ ଓ ଓଡ଼ିଶା ବନବିଭାଗର ମିଳିତ ଚଢାଉରେ କଳାହାଣ୍ଡି ଜିଲ୍ଲାର ୭ଜଣ ବ୍ୟକ୍ତିଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି। ମ. ରାମପୁର ବନ ବିଭାଗ ଓ ଖରିଆର ବନବିଭାଗର

କର୍ମଚାରୀ ପ୍ରଥମେ ପଲମ ନିକଟରୁ ଏକ ବାଇକରେ ବାଘ ଦାନ୍ତ ଯାଉଥିବା ଜାଣିବାକୁ ପାଇଲେ। ତେଣୁ ସେମାନଙ୍କୁ ଗିରଫ କରି ପରେ ଅନ୍ୟମାନଙ୍କୁ ଗିରଫ କରିଥିଲେ। ଚଢ଼ାଉ ସମୟରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶ ସହିତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ପୁଣି ବନବିଭାଗର ସୂଚନା ମତେ କଳାହାଣ୍ଡି ନର୍ଲା ଥାନା ବଫଲାରୁ ଆଉ ୪ ବାଘ ଛାଲ ଜବତ ହେବା ସଙ୍ଗେ ଜୁନାଗଡ଼ ଜାରିଙ୍ଗ ନିକଟରୁ ୨ଟି ବାଘ ଛାଲ ମିଳିଥିଲା। ମୋଟରେ ୯ ଗୋଟି ବାଘ ଛାଲ ଜବତ ହେବା ପରେ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଚଢାଉ କରି କେଗାଁର ଭୁଲିଆର ବାଗ, କୋଦଣ୍ଡ ଗୈାଡ ଓ ଉଆଁସୁ ଜାନୀକୁ ଗିରଫ କରାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version