ହରିଶଙ୍କର ବନାଞ୍ଚଳ ରୁ ୬ ଓ ୮ ଫୁଟ ଲମ୍ବର ଦୁଇ ଅଜଗର ଉଦ୍ଧାର

 ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳ ଅଧିକାରୀ ଶ୍ରୀବତ୍ସ କୁମୁରା ଓ ୱ।ଲାଇଭ୍ ସ୍ଵାର୍ଡ ଙ୍କ ସହ ହରିଶଙ୍କର ରୁ ଖପ୍ରାଖୋଲ ଫେରୁଥିବା ସମୟରେ ଏକ ୮ ଫୁଟ ଲମ୍ବର ଅଜଗର ହରିଶଙ୍କର ଛକ ନିକଟରେ ଦେଖିବାକୁ ପାଇଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀକୁମୁରା ଓ ୱ।ଭାଇଭ୍ ସ୍ଵାର୍ଡ ଙ୍କ ସହ ଫରେଷ୍ଟର ଡିଲେଶ୍ଵର ହୋତା ମିଶି ଅଜଗର କୁ ଉଦ୍ଧାର କରି ଭେଲୁଆ ଖୋଲ ନିକଟସ୍ଥ ଢୁଟା ସଂରକ୍ଷିତ ଜଙ୍ଗଲ ରେ ଛାଡ଼ି ଦେଇଥିବା ଜଣାପଡିଛି ।ଠିକ ସେହି ପରି ଆଜି ହରିଶଙ୍କର ରୁ ତୁର୍ଲା ଯିବା ରାସ୍ତାରେ ଏକ ୬ ଫୁଟ ର ଅଗଜର ଉଦ୍ଧାର କଲେ ହରିଶଙ୍କର ଫରେଷ୍ଟର ପ୍ରିୟ ବ୍ରତ ମହାକୁର ।

ଆଜି ଦିନ ପ୍ରାୟ ୪ ଘଣ୍ଟା ସମୟରେ ଜଙ୍ଗଲ ପରିଦର୍ଶନ କରି ଯାଉଥିବା ସମୟରେ ବାଟରେ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ଅଜଗର କୁ ଥିବା ଦେଖିବାକୁ ପାଇଥିଲେ । ଫରେଷ୍ଟର ଶ୍ରୀ ମହାକୁର ଅଜଗର କୁ ଉଦ୍ଧାର କରି ବହୁ କଷ୍ଟରେ ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ କୁ ଚଢି ଶିଖର ରେ ଛାଡି ଦେଇଥିଲେ । ଏପରି ୧୪ ଥର ଅଜଗର ଉଦ୍ଧାର କରିଥିବା ଫରେଷ୍ଟର ଶ୍ରୀ ମହାକୁର ପ୍ରକାଶ କରିଛନ୍ତିି ।

ଆଜି ଅଜଗର ଉଦ୍ଧାର ବେଳେ ଜଙ୍ଗଲ ଜଗୁଆଳି ମୋହନ ପ୍ରଧାନ ସହଯୋଗ କରିଥିଲେ । ବନାଞ୍ଚଳ ଅଧିକାରୀ ଶ୍ରୀକୁମୁରା ଓ ବନ କର୍ମଚାରୀ ଙ୍କ ଜଙ୍ଗଲ ସୁରକ୍ଷା ସଂରକ୍ଷଣ ଦିଗରେ ଲୋକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା , ଆକ୍ରାନ୍ତ ପରିଶ୍ରମ କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ବନ୍ୟ ପ୍ରାଣୀ ମାନଙ୍କ ଜୀବନ ଉଦ୍ଧାର କରିବା ଯୋଗୁଁ ତାଙ୍କର ଏପରି ଦୁଃସାହସିକ କାମ ପାଇଁ ଅଞ୍ଚଳର ସାଧାରଣ ତଥା ପର୍ଯ୍ୟଟକଙ୍କ ମଧ୍ୟ ରେ ବେଶ ପ୍ରଶଂସନୀୟ ହେଇଛି । (ଗୋରେଖନାଥ ବରିହା ) 

Exit mobile version