ବାଘ ଛାଲ ଓ ଦାନ୍ତ ଜବତ – ଚାରି ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର )କଳାହାଣ୍ଡି :- ରାଜ୍ୟ ବାହାରର ଜଣେ ଗ୍ରାହକଙ୍କ ପାଖରୁ ସୁରାକ ପାଇ ବନ ବିଭାଗ କଳାହାଣ୍ଡି ଜିଲ୍ଲାରେ ଏକ ବାଘ ଛାଲ ରାକେଟକୁ ଧରିବାରେ ସକ୍ଷମ ହୋଇଛି। ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ମ.ରାମପୁରର ମନୋଜ ବେହେରା, ଅମାଠ ଗ୍ରାମର କାର୍ତ୍ତିକ ରଣାଙ୍କୁ ଗିରଫ କରି ତିନୋଟି ବାଘ ଛାଲ ଓ ଏକ ବାଘ ଦାନ୍ତ ଜବତ ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ମତେ ପ୍ରଥମେ କେନ୍ଦ୍ରୀୟ ମଧ୍ୟ କ୍ଷେତ୍ର ବନ୍ୟ ପ୍ରାଣୀ ବିଭାଗ, ଛତିଶଗଡ଼ ବନ ବିଭାଗ ଓ ଓଡ଼ିଶା ବନବିଭାଗର ମିଳିତ ଚଢାଉରେ କଳାହାଣ୍ଡି ଜିଲ୍ଲାର ୪ଜଣ ବ୍ୟକ୍ତିଙ୍କୁ କାବୁ

କରିବାରେ ବନବିଭାଗ ସଫଳ ହୋଇଛି। ମ. ରାମପୁର ବନ ବିଭାଗ ଓ ଖରିଆର ବନବିଭାଗର କର୍ମଚାରୀ ପ୍ରଥମେ ପଲମ ନିକଟରୁ ଏକ ବାଇକରେ ବାଘ ଦାନ୍ତ ଯାଉଥିବା ଜାଣିବାକୁ ପାଇଲେ। ତେଣୁ ସେମାନଙ୍କୁ ଗିରଫ କରି ପରେ ଅନ୍ୟମାନଙ୍କୁ ଗିରଫ କରିଥିଲେ। ଚଢ଼ାଉ ସମୟରେ ମ.ରାମପୁର ରେଞ୍ଜ ଅଧିକାରୀ ଅସିତ କୁମାର ଦାଶ ସହିତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ହେଉଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version