ମାଇକେଲ ବିଅର କମ୍ପାନୀ ରେ ଶ୍ରମିକ ମୃତ୍ୟୁ ଘଟଣା ସମବେଦନା ସହ ନ୍ୟାୟ ପାଇଁ ପରିବାର ବର୍ଗଙ୍କ ପଛରେ ଠିଆ ହେବ ବୋଲି ପ୍ରତିଶ୍ରୁତି ଦେଲା କୋଶଲ କମିଟି

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ ,ଶୁକ୍ରବାର )ପାଟଣାଗଡ଼ :- ମାଇକେଲ ବିଅର କମ୍ପାନୀ ରେ ଇଲେକ୍ଟ୍ରିସିଏନ ଭାବରେ ପ୍ରାୟ ୧୫ ବର୍ଷ ଧରି କାର୍ଯ୍ୟ କରି କମ୍ପାନୀ ର ବ୍ୟବସାୟ ବଢ଼ିବାରେ ଉପଲବ୍ଧି ର ଅବଦାନ ରହିଛି ମୃତ ଶ୍ରମିକ ବିଶ୍ୱନାଥ ହଂସ (୩୫)। ହେଲେ ତାଙ୍କର ଅଘଟଣ ମୃତ୍ୟୁ ଘଟିବା ହେତୁ ବେସାହାରା ହୋଇପଡିଛନ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ପିଲା । ସେ ହିଁ ପରିବାର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତାଙ୍କ ପାଇଁ ଗୋଟିଏ ଗରିବ ପରିବାର ଦୁଃଖେ କଷ୍ଟେ ଚଲିଯାଉଥିଲେ । ଏବେ ଦୂର୍ଦ୍ଧିନ ଅବସ୍ଥା ପେଟ ପୋଷିବା ଚିନ୍ତାରେ ମୃତକ ପରିବାର । କମ୍ପାନୀ ର ଲାଭାଂଶ ପାଇଁ ଲୋଡ଼ା ଥିଲେ ବିଶ୍ୱନାଥ କିନ୍ତୁ ମରିଗଲା ପରେ ଅଲୋଡ଼ା ହୋଇଗଲେ କମ୍ପାନୀ ମାଲିକଙ୍କ ଠାରେ । କମ୍ପାନୀ ମାଲିକ ଙ୍କ ଅବହେଳା ଯୋଗୁଁ ହିଁ ବିଶ୍ୱନାଥ ର ମୃତ୍ୟ ହେଲା । ଏଥିରେ କମ୍ପାନୀ ମାଲିକ ହିଁ ଦାୟୀ ଓ ପୋଲିସ କମ୍ପାନୀ ସହ ସଲା ସୁତୁରାରେ କମ୍ପାନୀ କୁ ଅନୁକମ୍ପା ଦେଖାଉଛି ବୋଲି କୋଶଲ କମିଟି

ଦାବୀ କରିଛି । କ୍ଷତିପୂରଣ ଦେବାରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରିଛି କମ୍ପାନୀ ମାଲିକ । ପୋଲିସ ର ଅବହେଳା ପ୍ରତିବାଦ ରେ କମ୍ପାନୀ ର ଶ୍ରମିକ ମାରଣ ନୀତି ପ୍ରତିବାଦ ରେ ଆଗାମୀ ଦିନରେ କୋଶଲ କମିଟି ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଅବଗତ କରେଇବ । ଯଦି ମୃତକ ପରିବାର କୁ ଉଚିତ୍ କ୍ଷତିପୂରଣ ଦେବା ରେ କମ୍ପାନୀ ଟାଳଟୁଳ ନୀତି ଓ ଅବହେଳା କଲେ ଆଗାମୀ ଦିନରେ ଆନ୍ଦୋଳନ କରି ନ୍ୟାୟ ଦେବା ପାଇଁ ମୃତକ ପରିବାର କୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜିର କୋଶଲ କମିଟି ପ୍ରତିନିଧି ଦଳରେ ଗିରିରାଜ ଭୋଇ, ବନମାଳୀ ନାଏକ, ସିପୁନ ଖମାରୀ, ଜିତୁ ନାଏକ ପ୍ରମୁଖ ଶୋକାକୁଳ ପରିବାର କୁ ସମବେଦନା ଜଣାଇବା ସହ ନ୍ୟାୟ ପାଇବା ପର୍ଯ୍ୟନ୍ତ କୋଶଲ କମିଟି ମୃତକ ପରିବାର ସହ ରହିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।    (ଗୋରେଖନାଥ ବରିହା )

Exit mobile version