ବଡଚଣା ବ୍ଲକ ସମ୍ମୁଖରେ ବିଜେପି ବିକ୍ଷୋଭ – ଓବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର )ଛତିଆ :- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ୧ ହଜାର କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡବିଧାନ ଓ ଯୋଗ୍ୟ ଲୋକଙ୍କୁ ପକ୍କାଘର ଦିଆଯାଉ ଦାବିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ଆହ୍ୱାନ କ୍ରମେ ବଡଚଣା ବିଜେପି ନେତା ତଥା ରାଜ୍ୟ ବିଜେପି ସମ୍ପାଦକ ଶ୍ରୀଯୁକ୍ତଅମର ନାୟକ ,ବାପୁଙ୍କ ନେତୃତ୍ୱରେ,ବଡଚଣା ବ୍ଲକ ସମ୍ମୁଖରେ ବିକ୍ଷୋଭ ଓବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟାରେ ପାତର ଅନ୍ତର ନୀତି, ବ୍ଲକ ପ୍ରଶାସନ ଏବଂ ଶାସକ ଦଳର ନେତା ସରକାରୀ ଟଙ୍କା ଆତ୍ମସାତ କରିବାକୁ କରିଥିବା ଷଡଯନ୍ତ୍ର ବିରୋଧରେ ଆଜି ବଡ଼ଚଣା ବିଜେପି ପକ୍ଷରୁ ବଡ଼ଚଣା ବ୍ଲକ ଘେରାଉ କରାଯାଇଥିଲା

ରାଜ୍ୟ ବିଜେପି ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଶ୍ରୀଯୁକ୍ତ ଅମର ନାୟକ ମହୋଦୟ ଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଆୟୋଜିତ ହୋଇଥିଲା
ଏହି ସଭାରେ ଶ୍ରୀଯୁକ୍ତ ନାୟକ ଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲା ସାଧାରଣ ସମ୍ପାଦିକା ଦେବଯାନୀ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରମୋଦ ଜେନା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସମରେନ୍ଦ୍ର ପରିଡା,

ଜିଲ୍ଲା ଏସ. ସି ମୋର୍ଚ୍ଚା ସଭାପତି ପ୍ରଭାକର ମଲିକ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱଜିତ ସିଂ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଦୀପକ ସାମଲ, ମଣ୍ଡଳ ସଭାପତି ବିକାଶ ମହାପାତ୍ର, ବେଣୁଧର ବିଶ୍ୱାଳ, ଦେବେନ୍ଦ୍ର ଜେନା, ଲଲାଟ ମହାପାତ୍ର, ପ୍ରଦୀପ ସାମଲ, ସରପଞ୍ଚ ନୀଳମଣି ରାଉତ (ରିପୋର୍ଟ /ଚନ୍ଦ୍ରଶେଖର ପୃଷ୍ଟି, ଛତିଆ )

Exit mobile version