ଲୋକମାନେ ପରୋପକାର ପ୍ରତି ଆଗ୍ରହୀ ଓ ନୂଆ ପିଢ଼ି ପରିବେଶ ସଚେତନ: ଗୋଦରେଜ୍ ଗ୍ରୁପ୍‌ ଅଧ୍ୟୟନ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଭୁବନେଶ୍ୱର :-  ଗତବର୍ଷ ମହାମାରୀ ଲକ୍‌ଡାଉନ୍‌କୁ ବିଭିନ୍ନ ବୟସ ବର୍ଗର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ମୁକାବିଲା କରିଛନ୍ତି ବୋଲି ଗୋଦରେଜ୍ ଗ୍ରୁପ୍‌ର “ଲିଟିଲ୍ ଥିଙ୍ଗସ୍ ୱି ଡୁ’ ଅଧ୍ୟୟନରୁ ଜଣାପଡ଼ିଛି । ପିଢ଼ି ଏକ୍ସ ବର୍ଗ (୫୯%) ୪୫ ବର୍ଷ ବୟସରୁ ଅଧିକ ଏବଂ ୧୮-୨୪ ବର୍ଷ ବୟସର ପିଢ଼ି ଜେଡ୍ (୫୩%) ପରୋପକାର ପ୍ରତି ଆଗ୍ରହୀ ଥିଲେ । ସେମାନେ ସାନିଟାଇଜର୍‌, ଖାଦ୍ୟ ପ୍ୟାକେଟ୍‌, ପୁରୁଣା ପୋଷାକ, କମ୍ବଳ ଏବଂ ମେଡିକାଲ୍ ଉପକରଣ ଆଦି ବଂଟନ କରିଛନ୍ତି । ନୂଆ ପିଢ଼ି (୫୪%) ପରିବେଶ ସଚେତନ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୫-୩୪ ବର୍ଷ ବୟସ ବର୍ଗର ନୂଆ ପିଢ଼ିର ପିଲାମାନେ ଯେଉଁମାନଙ୍କ ସଂଖ୍ୟା ସମସ୍ତ ବୟସ ବର୍ଗରେ ୫୪.୮୩% ସେମାନେ ଅଧିକ ପରିବେଶ ସଚେତନ ହୋଇ ଘରେ ବୃକ୍ଷ ବଢ଼ାଇଛନ୍ତି, ଶକ୍ତି ବ୍ୟବହାରକୁ ନେଇ ସଚେତନ ଅଛନ୍ତି ଏବଂ ସେମାନେ ବ୍ୟବହାର କରୁଥିବା ଉତ୍ପାଦର ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ମଧ୍ୟ ସେମାନେ ସଚେତନ ଅଛନ୍ତି । ୨୭.୩୫%ଲୋକ ନିଜ ପରିବାର ସହ ସମୟ ବିତାଇଥିବା ବେଳେ, ୨୬.୫୯%% ଲୋକ କଟେଂଟ୍ ଦେଖିବାରେ ଓ ୨୩.୧୯% ଲୋକ ସଙ୍ଗୀତ ଶୁଣିବାରେ ସମୟ ବିତାଇଛନ୍ତି । ଗୋଦରେଜ୍ ଗ୍ରୁପ୍‌ର “ଲିଟିଲ୍ ଥିଙ୍ଗସ୍ ୱି ଡୁ’ ଅଧ୍ୟୟନରେ ଆମମାନଙ୍କ ଛୋଟ ପ୍ରୟାସ ଓ ତାହାର ଦୀର୍ଘସ୍ଥାୟୀ ପ୍ରଭାବକୁ ଲୋକଲୋଚନକୁ ଆଣିବା ଲାଗି ପ୍ରସ୍ତୁତ କରାଯାଇଛି । ନିଜକୁ ସୁସ୍ଥକର ଓ ଖୁସିରେ ରଖିବା ଲାଗି ପ୍ରତି ପାଂଚ ଜଣରେ ତିନି ଜଣ (୫୯%) ଯୋଗ, ଜୁମ୍ବା, ଚାଲିବା ଏବଂ ଧ୍ୟାନ ଭଳି ଶାରିରୀକ ଓ ମାନସିକ ଫିଟନେସ୍ କାର୍ଯ୍ୟ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଧୂମପାନ ପରିତ୍ୟାଗ କରିବା, ଅର୍ଥ ଅପଚୟକୁ କମ୍ କରିବା, ଜଙ୍କ୍ ଫୁଡ୍ ଓ ପାନୀୟ ସେବନ କରିବା କମ୍‌ କରିଛନ୍ତି । ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ୩୬%ରୁ ଅଧିକ ଜଣାଇଛନ୍ତି ଯେ ସେମାନେ ଅସ୍ୱାସ୍ଥ୍ୟକର ଅଭ୍ୟାସ ପରିତ୍ୟାଗ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଘର ତିଆରି ଖାଦ୍ୟ ଖାଇବା ନେଇ ସଚେତନତା ବୃଦ୍ଧି ପାଇଛି । ଏହି ଅଧ୍ୟୟନ ସମ୍ପର୍କରେ ସୁଜିତ ପାଟିଲ୍‌, ଉପସଭାପତି ଓ ଗ୍ରୁପ୍ ମୁଖ୍ୟ, କର୍ପୋରେଟ୍ ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ, ଗୋଦରେଜ୍ କହିଛନ୍ତି ଯେ, “ଆହ୍ୱାନପୂର୍ଣ୍ଣ ସମୟ ପ୍ରତି ବିଭିନ୍ନ ବୟସ ବର୍ଗର ଲୋକମାନଙ୍କ ପ୍ରତିକ୍ରିୟା କିଭଳି ଥିଲା ଏହି ସର୍ଭେ ହେଉଛି ତାହାର ପ୍ରତିଫଳନ । ସଂପ୍ରତି ମହାମାରୀ ଲୋକମାନଙ୍କ ଜୀବନଶୈଳୀ ଓ ଅଭିଳାଷୀ ଭାରତୀୟଙ୍କୁ ପ୍ରଭାବିତ କରିଛି । ସେଥିପାଇଁ ବିଭିନ୍ନ ବୟସ ବର୍ଗର ଲୋକମାନେ ନିଜ ଭିତରେ ଛୋଟ ଛୋଟ ପରିବର୍ତନ ଆଣିଛନ୍ତି ଯାହା ସେମାନଙ୍କ ଶାରିରୀକ ଓ ମାନସିକ କଲ୍ୟାଣରେ ଉନ୍ନତି ଆଣିପାରିଛି । ପରୋପକାର ପ୍ରତି ଏକ ବଡ଼ ବର୍ଗ ଆଗ୍ରହ ପ୍ରକାଶ କରିଥିବା ବେଳେ ଅନ୍ୟମାନେ ନିଜର ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଯେହେତୁ ୮୬% ହାତ ସଫା କରୁଥିବା କହିଛନ୍ତି ତେଣୁ ଏକ୍ଷେତ୍ରରେ ଅଧିକ ଉନ୍ନତିର ସୁଯୋଗ ରହିଛି । ଏଥିପାଇଁ ଆମ ସମସ୍ତଙ୍କ ତରଫରୁ ଉଦ୍ୟମ କରିବାକୁ ହେବ ।’’

Exit mobile version