ଖୋର୍ଦ୍ଧାଜିଲ୍ଲା ଯୁବ କଂଗ୍ରେସ କର୍ମକର୍ତ୍ତା ମନୋନୀତ

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଖୋର୍ଦ୍ଧା-ଜଟଣୀ :- ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କା ଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ସ୍ୱାଇଁ ରାଜ୍ୟ ଯୁବ କଂଗ୍ରେସ କର୍ମକର୍ତା ନାମ ଘୋଷଣା କରିଛନ୍ତି ।

ଏହି ଘୋଷଣା ନାମାରେ ଆମ ଜଟଣୀର ୫ଜଣ ଜିଲ୍ଲାର ବିଭିନ୍ନ ପଦ,ପଦବୀ ରେ ମନୋନୀତ ହୋଇଛନ୍ତି ଏହି ପରିପେକ୍ଷୀରେ ମନୋନୀତ କର୍ମକର୍ତ୍ତା ମାନେ ଜଟଣୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଏବଂ ଖୋର୍ଦ୍ଧାଜିଲ୍ଲା ଯୁବକଂଗ୍ରେସ ସଭାପତି ସ୍ୱାଗତ କର, କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ଆନ୍ତରିକ ଶୁଭେଚ୍ଛା ଜ୍ଞାମ୍ପନ କରିଛନ୍ତି ।

ଏବଂ କଂଗ୍ରେସ ସଂଗଠନକୁ ମଜବୂତ କରିବାରେ ଯୁବ କଂଗ୍ରେସର ଭୂମିକାକୁ ସୁଚାରୁରୂପେ ନିଭାଇ ସଂଗଠନକୁ ସୁଦୃଢ଼ କରିବାରେ ସହାୟକ ହେବେ ବୋଲି ସୂଚନା ଦେଇଛନ୍ତି ।
(ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ)

Exit mobile version