ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ବାଙ୍କୀ ,ଡମପଡା ବ୍ଲକ ର ବ୍ଲକ ବିଡିଓ ଙ୍କୁ ବାଙ୍କୀ ବିଜେପି ର ଦାବି ପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର ) ବାଙ୍କୀ :- ଆଜି ବାଙ୍କୀ ବିଜେପି ର ବିଧାୟକ ପାର୍ଥି ତଥା ବିଜେପି ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ର କାର୍ଯ୍ୟକାରୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ନେତୃତ୍ୱରେ ବାଙ୍କୀ ଓ ଡମପଡା ବ୍ଲକ ର ବିଡିଓ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଷ୍ଟ୍ରୀୟ ସ୍ତରରେ ଏକ ଜନ କଲ୍ୟାଣ କାରୀ ଯୋଜନା ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ୱପ୍ନ ର ପ୍ରକଳ୍ପ ବୋଲି କୁହାଯାଏ।୨୦୨୨ ରେ ପ୍ରତ୍ୟେକ ଲୋକ ଙ୍କ ପକ୍କା ଛାତ ଘର ଏହି ଯୋଜନାର ଲକ୍ଷ ମାତ୍ର କେତେକ ରାଜନୈତିକ ନେତା ଓ ବହୁ ବଳି ସରପଞ୍ଚ ଙ୍କ ଦ୍ଵାରା ଅର୍ଥ ର ତୋଷର ପାତ ହୋଇ ଯୋଗ୍ୟ ହିତାଧିକାରୀ ପକ୍କା ଘରୁ ବଞ୍ଚିତ ହେଉଛନ୍ତି।୨୦୧୯ ମସିହାରେ ଯେଉଁ ଜିଓ ଟ୍ୟାଗ ଓ ଘର ଘର ସର୍ବେକ୍ଷଣ କରାଯାଇଥିଲା ସେଥିରେ ରାଜନୈତିକ ଉଦ୍ଦେଶ୍ୟ କାରଣ ରୁ ତ୍ରୁଟି ଥିଲା ଅନେକ ଅଯୋଗ୍ୟ ହିତାଧିକାରୀ ଙ୍କ ନାମ ଶାସକ ଦଳ ର ବଡ଼ପଣ୍ଡା ଙ୍କ ପ୍ରଭାବ ରେ ତାଲିକା ଭୁକ୍ତ ହୋଇଥିଲା ଯୋଗ୍ୟ ହିତାଧିକାରୀ ଙ୍କ ନାମ ତାଲିକା ରୁ ବାଦ ପଡିଥିଲା।
ଏହି ଘଟଣା ରେଅକ୍ଟୋବର ୨୦୧୯ ରେ ରାଜ୍ୟ ବିଜେପି ସମଗ୍ର ରାଜ୍ୟରେ ଏହାର ପ୍ରମାଣ ସହ ପ୍ରତିବାଦ କରିଥିଲାଅନୁରୂପ ଭାବେ ବାଙ୍କୀ ରେ ମଧ୍ୟ ବାଙ୍କୀ ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ପ୍ରତିବାଦ କରିଥିଲେ।ଏହା ପରେ ସରକାର ପ୍ରତ୍ୟେକ ବ୍ଲକ ରେ ଏକ ଅଭିଯୋଗ ବକ୍ସ ରଖାଯିବ ସେଥିରେ ରେ ଯୋଗ୍ୟ ହିତାଧିକାରୀ ପ୍ରମାଣ ସହ ଆବେଦନ ପତ୍ର ପକେଇବା ପାଇଁ କହିଥିଲେ ବ୍ଲକ ରେ ଅଭିଯୋଗ ବକ୍ସ ବସିଲା ମାତ୍ର୨୦୨୦ରୁ ଆଜି ପର୍ଯ୍ୟନ୍ତ ସେ ଆବେଦନ ପତ୍ର ବ୍ଲକ କର୍ତ୍ତୃପକ୍ଷ ଥରେ ହେଲେ ଖୋଲିନାହାନ୍ତି।ବରଂ ପୁରୁଣା ତ୍ରୁଟି ତାଲିକା ଅନୁଯାୟୀ ଅଯୋଗ୍ୟ ହିତାଧିକାରୀ ବ୍ୟକ୍ତି ଙ୍କୁ ରାଜନୈତିକ ନେତା ଙ୍କ ଚାପ ରେ କାର୍ଯ୍ୟାଦେଶ ଦେବା ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବା ବାସ୍ତବିକ ଚିନ୍ତା ର ବିଷୟ।ଏହି ପ୍ରକ୍ରିୟା କୁ ବନ୍ଦ କରି ନିରପେକ୍ଷତା ରେ ଘର ଘର ବୁଲି ସର୍ଭେ କରିବାକୁ ଓ ଆବେଦନ କାରୀ ଙ୍କ ଆବେଦନ ପତ୍ର ଯାଞ୍ଚ କରିବାକୁ ଶ୍ରୀ ପାଢ଼ୀ ଆଜି ଉଭୟ ବ୍ଲକ ର ବିଡିଓ ଙ୍କୁ ଆହ୍ୱାନ ଦେଇଥିଲେ।
ଏଥିସହ ବାଙ୍କୀ ର ଉଭୟ ବ୍ଲକ ରେ ଅଯୋଗ୍ୟ ହିତାଧିକାରୀଙ୍କ ଗୁହାଳ ଘର କୁ ଜିଓ ଟ୍ୟାଗ କରି ଅର୍ଥ କାରବାର ହୋଇ ତାଲିକା ଭୁକ୍ତ କରାଯାଇଛି, ଅନେକ ବ୍ୟକ୍ତି ଙ୍କ ଗୃହରେ ପାଇଖାନା, ରୋଷେଇ ଘର, ମେଜିଆ,ପ୍ଲାସ୍ଟରିଂ, ରଙ୍ଗ କାର୍ଯ୍ୟ ନହୋଇ ସେମାନଙ୍କ ବିଲ ପାସ ହୋଇଛି ତାହା ତଦନ୍ତ ସାପେକ୍ଷ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ୯୦ ଶ୍ରମ ଦିବସ ନିଶ୍ଚିତ କର୍ମ ନିଯୁକ୍ତି ମଜୁରୀ ଆଜି ପର୍ଯ୍ୟନ୍ତ କୌଣସି ହିତାଧିକାରୀ ଙ୍କୁ ଦିଆ ଯାଇନାହିଁ ଘର ଗୁଡ଼ିକ ଅନେକ ନିମ୍ନ ମାନର ହୋଇଛି।କେନ୍ଦ୍ର ସରକାର ଅପ୍ରେଲ ୨୦୨୧ରେ ଏହିପରି ଦୁର୍ନୀତି ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିଲେ ଓ ଶ୍ରୀ ପାଢ଼ୀ ଏ ସମ୍ପର୍କରେ ଉଭୟ ବ୍ଲକ ବିଡିଓ ଙ୍କୁ ଜଣାଇଥିଲେ ବି କାହା ଚାପରେ ଉକ୍ତ କାର୍ଯ୍ୟ ଅଜି ପର୍ଯ୍ୟନ୍ତ ବାଙ୍କୀ ର ଦୁଇ ଗୋଟି ବ୍ଲକ ରେ ହୋଇନାହିଁ ତାହା ଚିନ୍ତା ର ବିଷୟ ।ଯେଉଁ ବ୍ୟକ୍ତି କି ଅଫିସର ଏହି ଦୁର୍ନୀତି ରେ ସଂପୃକ୍ତ ସେମାନଙ୍କୁ ତଦନ୍ତ ଭୁକ୍ତ କରି ଦଣ୍ଡ ପ୍ରଦାନ ପାଇଁ ଆଜି ବାଙ୍କୀ ବିଜେପି ଉଭୟ ବ୍ଲକ ରେ ଦାବି କରିଥିଲା।ପ୍ରଥମେ ବାଙ୍କୀ ବିଜେପି ର ବିଧାୟକ ପ୍ରାଥି ଶ୍ରୀ ପାଢ଼ୀ ବିଜେପି ର କର୍ମକର୍ତ୍ତା ଓ କର୍ମୀ ଙ୍କ ସହ ଡମପଡା ବ୍ଲକ କୁ ଯାଇ ସେଠାରେ ଡମପଡାବ୍ଲକ ର ଦୁର୍ନୀତି ସମ୍ପର୍କରେ ଗର୍ଜୀ ବା ସହ କୁସୁପଙ୍ଗି ପଞ୍ଚାୟତ ରେ ନରେଗା ଯୋଜନାରେ ବ୍ୟାପକ ହରିଲୁଟ ହୋଇଥିବା ସହିତ ସରପଞ୍ଚ ଙ୍କ ପରିବାର ଲୋକେ ଜବକାର୍ଡ଼ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଉଠାଣ କରିଥିବା ସମ୍ପର୍କରେ ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ।
ଏଥି ସହ ଉକ୍ତ ପଞ୍ଚାୟତ ର ସରପଞ୍ଚ ଙ୍କ ପରିବାର ଲୋକେ ବିଭିନ୍ନ ଯୋଜନା ରେ ସଂପୃକ୍ତ ହୋଇ ନିଜ ନାମ ରେ କାର୍ଯ୍ୟକରି ଅର୍ଥ ଉଠାଣ କରିଥିବା ବାସ୍ତବିକ ଚିନ୍ତା ର ବିଷୟ।ସେହିପରି ଗୋବିନ୍ଦପୁର ପଞ୍ଚାୟତ କୁସୁନ୍ଦl ମହାଦେବ ମନ୍ଦିର ପୋଖରୀ ରେ ଜୁଲାଇ ମାସ ରେ ମିସିନ ସାହାଯ୍ୟ ରେ ଖନନ ଜୁନ ୧୫ପରଠାରୁ ପୋଖରୀ ଖନନ ରାଜ୍ୟ ସରକାର ବନ୍ଦ କରିଥିବା ବେଳେ ଏହା କିପରି ଖନନ ହେଉଛି ଓ ସେଥିରେ ଦୁର୍ନୀତି ର ଗନ୍ଧ ବାରି ହେଉଥିବା ପ୍ରସଙ୍ଗ ସମ୍ପର୍କରେ ଡମପଡା ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା ଙ୍କୁ ପ୍ରଶ୍ନ ପଚାରିବା ସହ ରୁବାନ ଯୋଜନାରେ ୫ଗୋଟି ପଞ୍ଚାୟତ ରେ କି କି କାର୍ଯ୍ୟ ହୋଇଛି ସେଥିରେ ଦୁର୍ନୀତି ର ଗନ୍ଧ ବାରି ହେଉଅଛି ଗୋଟିଏ କାର୍ଯ୍ୟ କୁ ରୁବାନ ରୁ ସେହି କାର୍ଯ୍ୟ କୁ ମନୋରୋଗା ଓ ସେହି କାର୍ଯ୍ୟ କୁ ପଞ୍ଚାୟତ ର କାର୍ଯ୍ୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି ତେଣୁ ରୁବାନ ର ପ୍ରତ୍ୟେକ କାର୍ଯ୍ୟ ତଦନ୍ତ କରିବା ପାଇଁ ଶ୍ରୀ ପାଢ଼ୀ ବିଡିଓ ଲେଙ୍କା ଙ୍କୁ କହିଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ର ତଦନ୍ତ ପାଇଁ ଦାବି ପତ୍ର ବିଡିଓ ଶ୍ରୀ ଲେଙ୍କା ଙ୍କୁ ପ୍ରଦାନ କରିଥିଲେ।ଶ୍ରୀ ଲେଙ୍କା ଏହାର ତଦନ୍ତ ସହ ଯୋଗ୍ୟ ହିତାଧିକାରୀ ଙ୍କୁ କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପକ୍କା ଘର ପାଇବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ଏହାପରେ ବିଜେପି ବିଧାୟକ ପାର୍ଥି ଶ୍ରୀ ପାଢ଼ୀ ବାଙ୍କୀ ବ୍ଳକ କୁ ନିଜ ଦଳିୟ କର୍ମକର୍ତ୍ତା ସହ ଯାଇ ବାଙ୍କୀ ବ୍ଲକ ର ଦୁର୍ନୀତି ସମ୍ପର୍କରେ ନାନା ପ୍ରକାର ତଥ୍ୟ ଭାଷଣ ମାଧ୍ୟମରେ ପ୍ରକାଶ କରି ବାଙ୍କୀ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କି କି ଦୁର୍ନୀତି ହୋଇଛି ଅଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନାରେ ଗୃହ ବଣ୍ଟନ ଓ ବାଙ୍କୀ ବ୍ଲକ ର ୨୦ ଗୋଟି ପଞ୍ଚାୟତ ର ବିଭିନ୍ନ ଯୋଜନାରେ ବ୍ୟାପକ ହରିଲୁଟ ସମ୍ପର୍କରେ ଏକ ଦାବି ପତ୍ର ବିଡିଓ ପ୍ରଦୀପ୍ତ କୁମାର ଶତପଥୀ ଙ୍କୁଶ୍ରୀ ପାଢ଼ୀ ପ୍ରଦାନ କରିଥିଲେ।ଉଭୟ ବ୍ଲକ ର ବିଡିଓ ଙ୍କୁ ଆଜି ବାଙ୍କୀ ବିଜେପି ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ଶ୍ରୀ ପାଢ଼ୀ ଦାବି ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉଭୟ ବ୍ଲକ ର ମଣ୍ଡଳ ସଭାପତି ଓ କର୍ମକର୍ତ୍ତା ପ୍ରସନ୍ନ ସ୍ବାଇଁ, ବିନୋଦ ଦାସ,ସୁଶାନ୍ତ ଭଟ୍ଟ,ବିପ୍ରବର ଲେଙ୍କା,ହେମନ୍ତ ଜେନା, ବିଷ୍ଣୁ ରଣା,ନିରୋଜ କୁମାର ସ୍ୱାଇଁ,ଝୁମା ନାୟକ, ଲଷ୍ମୀଧର ବେହେରା, କମଳା କାନ୍ତ ପହରାଜ, ଉତ୍କଳ ମନ୍ତ୍ରୀ, ମେଘବଳା ସ୍ବାଇଁ, ସଂଗ୍ରାମ ବିଭୁତି ରାୟ, ରାଧା ମଣୀ ଜେନା, ମମତା ମହାପାତ୍ର ଙ୍କ ସମିତ ବହୁ ବିଜେପି କର୍ମକର୍ତ୍ତା କୋଭିଡ ନିୟମ ଅନୁଯାୟୀ ଉପସ୍ଥିତ ଥିଲେ।ବାଙ୍କୀ ପୋଲିସ ଅଧକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ପୋଲିସ ଙ୍କ ସହ ଦୁଇ ଗୋଟି ବ୍ଲକ ରେ ଉପସ୍ଥିତ ଥିଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ଶୃଙ୍ଖଳା ର ସହ ଉଭୟ ବ୍ଲକ ରେ ବାଙ୍କୀ ବିଜେପି ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। (ରିପୋର୍ଟ /ଗୌତମ ମିଶ୍ର )