ନୟାଗଡ କଂଗ୍ରେସ : ସହରରେ ସାଇକେଲ ଶୋଭାଯାତ୍ରା : ପେଟ୍ରୋଲ ଡିଜେଲ ଖାଇବା ତେଲ ଦରବୃଦ୍ଧି ପାଇଁ ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁଲାଇ ଶୁକ୍ରବାର)  ନୟାଗଡ଼ :–  ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟଳ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 2930 ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି  ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଦେଶବ୍ୟାପି କଂଗ୍ରେସ ଦଳର ସାତଦିନିଆ ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ ସହରରେ ସାଇକେଲ ଶୋଭାଯାତ୍ରା ଆଜି ପୂର୍ବାହ୍ନ ୧୦. ୩୦ ଘଟିକା ସମୟରେ ସ୍ଥାନୀୟ ପିଟିଏସ ଛକରୁ ଦୁର୍ଗାପ୍ରସାଦ ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇଛି l

ପେଟ୍ରୋଲ ଡିଜେଲ ମୂଲ୍ୟବୃଦ୍ଧି ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ବିଜେଡି ଭୟଭୀତ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି l ମୋଦି ନବୀନ ସରକାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ପେଟ୍ରୋଲିଅମ ଉତ୍ପାତ ଉପରେ ଅହେତୁକ ଦରବୃଦ୍ଧି କରାଇ ଦିନଦ୍ବିପହରରେ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି l ଏହି ପ୍ରତିବାଦ ସୂଚକ ସାଇକେଲ ଶୋଭାଯାତ୍ରାରେ ଜିଲ୍ଲା ସଭାପତି ଶ୍ରୀ ଦାଶଙ୍କ ସହ ଜିଲ୍ଲା ଉପ ସଭାପତି କମଳ ଚରଣ ସାହୁ,ଓଡଗାଁ ବ୍ଲକ ସଭାପତି ପୂର୍ଣଚନ୍ଦ୍ର ନାୟକ, ଖଣ୍ଡପଡା ବ୍ଲକ ସଭାପତି ଦେବବ୍ରତ ବେହେରା,ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡା,ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ପ୍ରଦେଶ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମଲ୍ଲ,ଜିଲ୍ଲା କଂଗ୍ରେସ ସମ୍ପାଦକ ଲଷ୍ମଣ ଜେନା ପ୍ରମୁଖଙ୍କ ସହ ଦଳୀୟ କର୍ମୀ ସାମିଲ ଥିଲେ l ରଣଜିତ ଦାଶ ସଭାପତି ନୟାଗଡ ଜିଲ୍ଲା କଂଗ୍ରେସ କମିଟି

Exit mobile version