ପୁରୀ : ତିନିରଥର ଜରି ଫୁଲ ଲେସ ପଡି ତିଆରି ହୋଇଥିବା ବତା କନା ଗୁଡି କର ଜୋଡଣି କାର୍ଯ୍ୟ ଶେଷ

ଗୁରୁବାର ରଥଖଳା 

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା  :-ରଥନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ରଥ ନିର୍ମାଣ ଅଗ୍ରଗତି ତିନିରଥର ନିର୍ମାଣ କାର୍ଯ୍ୟ ଏବଂ ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ ପରେ ଆଜି ରଥରେ କାନା ପଡିବା ଆରମ୍ଭ ହୋଇଅଛି । କୋଠ ସୁଆଁସିଆ ସେବକଙ୍କ ଦ୍ଵାରା ପ୍ରଥମେ ତାଳଧ୍ଵଜ ରଥର ଚାରି ଗୋଟି ଦୁଆର ବେଢା ରେ କନା ପଡିଲା ପରେ ନନ୍ଦିଘୋଷ ରଥର ଚାରିଗୋଟି ଦୁଆର ବେଢାରେ ମଧ୍ୟ କନାପଡିଅଛି ।

ତିନିରଥର ଦରଜୀ ସେବକ ମାନେ ଚିକଣ ଜରି ଫୁଲ ଲେସ ପଡି ତିଆରି ହୋଇଥିବା ବତା କନା ଗୁଡି କର ଜୋଡଣି କାର୍ଯ୍ୟ ଶେଷ କରିଛନ୍ତି ତିନିରଥର କନକ ମୁଣ୍ଡି ପାଇଁ ପିତଳ ସଜ ସଫା ହୋଇ ଆସି ଅଛି, ଆସନ୍ତା କାଲି ତିନି ରଥ କନକ ମୁଣ୍ଡିରେ ପିତଳ ସଜ ଲାଗି ହେବା ସହ ତିନିରଥରେ ପ୍ରଭା ଫିଟିଙ୍ଗ କରାଯିବ ବୋଲି ଯୋଜନା ରହିଛି ।

 

Exit mobile version