ବସୁଧା ଟ୍ରଷ୍ଟ ପକ୍ଷରୁ ଚାଷୀମାନଙ୍କୁ କରୋନା କାଳିନ ସାହାଯ୍ୟ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :- ବାଙ୍କୀର ବିଭିନ୍ନ ପଂଚାୟତରେ ବସୁଧା ଟ୍ରଷ୍ଟ ପକ୍ଷରୁ ପନିପରିବା ମଞ୍ଜି ବଣ୍ଟନ କରାଯାଇଛି । ବସୁଧା ଟ୍ରଷ୍ଟର ସଭାପତି ଅଜୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ କଳାପଥର ପୁରୁଣାପାଣି, ବୈଦ୍ୟେଶ୍ୱର, ବ୍ରହ୍ମପୁରା, ଗୋଳାଗଣ୍ଡ, ପାଥପୁର ଆଦି ସ୍ଥାନରେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବା ସହ ଭେଣ୍ଡି, କଲରା, କାକୁଡି, ଜହ୍ନି, ମକା ଆଦି ୧୪ପ୍ରଭାର ବିହନ ମଞ୍ଜି ବଣ୍ଟନ କରିଥିଲେ ।

ଆଜି ଏହି କାର୍ଯ୍ୟକ୍ରମର ଅନ୍ତିମ ଦିନରେ ସୁବର୍ଣ୍ଣପୁର କନ୍ତପହଁରା ଠାରେ ମଞ୍ଜି ବଣ୍ଟନ କରାଯାଇ ସପ୍ତହ ବ୍ୟାପି ଚାଲିଥିବା କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭ୍ୟ ମଦନ ମୋହନ ରାଉତ, ଚନ୍ଦନ କୁମାର ନାୟକ, ସୁବ୍ରତ ପ୍ରଧାନ, ପ୍ରଭାତ ରଣା, ପ୍ରାଣବନ୍ଧୁ ପରିଡା, କବିରାଜ ଦାଶ, ସୁରେଶ ଦାଶଙ୍କ ସମେତ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଦ୍ଧେଶ୍ୱର ପାଇକରାୟ ସଂଯୋଜନା କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )

Exit mobile version