ଅନୁଆରୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :-  ବାଙ୍କୀ ବ୍ଲକ ଅନ୍ତର୍ଗତ ଅନୁଆରୀ ଗ୍ରା.ପର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରଜ୍ୟୁକ୍ତ କୁମାର ନାୟକ (ପଜୁ) (୬୯)ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ଅନୁଆରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ମନମୋହନ ବିଦ୍ୟାପୀଠର ପ୍ରତିଷ୍ଠାତା ସଭ୍ୟ ଥିଲେ । ତାଙ୍କ ପରଲୋକରେ ପ୍ରମୋଦ କୁମାର ନାୟକ, କମଳାକାନ୍ତ ପ୍ରହରାଜ,

ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ପରମଗୁରୁ, ବାଙ୍କୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ, ଟଙ୍କଧର କର, ତପନ କର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶବସତ୍କାର କରାଯାଇଥିଲା । ପୁତ୍ର ପ୍ରଦ୍ୟୁମ୍ନ କୁମାର ମଙ୍ଗରାଜ ମୁଖାଗ୍ନି ପ୍ରଦାନ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )

Exit mobile version