କଳାହାଣ୍ଡି ଜିଲ୍ଲା ବିଜେଡି ଏସସି ସେଲର ଉପସଭାପତି ରୂପେ କୌଉତୁକ ଖମାରୀ ମନୋନୀତ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ କୁରମେଲ ପଞ୍ଚାୟତର ଗୋରକୋଲ ଗ୍ରାମର କୌତୁକ ଖମାରୀ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ଅନୁସୂଚିତ ଜାତି ସେଲର ଉପସଭାପତି ରୂପେ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ଭବାନୀପାଟଣା ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ଅଧକ୍ଷ୍ୟତାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏ ଖବର ପ୍ରଚାରିତ ହେବା ପରେ ଶ୍ରୀ ଖମାରୀଙ୍କୁ ବିଭିନ୍ନ ସଂଗଠନ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରକାଶ ଥାଉକି ଏହା ପୂର୍ବରୁ ଶ୍ରୀ ଖମାରୀ ଜିଲ୍ଲା ପରିଷଦ ସଭ୍ୟ ରୂପେ ଦକ୍ଷତାର ସହ ପାଞ୍ଚ ବର୍ଷ କାର୍ଯ୍ୟତୁଲାଇ ସମସ୍ତଙ୍କର ଆସ୍ଥାଭାଜନ ହୋଇ ପାରିଥିଲେ। ବହୁ ଦିନରୁ ବିଜୁବାବୁଙ୍କ ଜୀବନିରୁ ଅନୁପ୍ରାଣିତ ହୋଇ ନିଷ୍ଠା ସହ ଦଳ ପାଇଁ ସିପାହୀ ହୋଇ କାର୍ଯ୍ୟ କରିଚାଲିଛନ୍ତି। ଉପରୋକ୍ତ ସଭାରେ ଅନ୍ୟ ମାନଙ୍କ ମଧରେ ଶକ୍ତି ଓ ଗୃହ ମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୁପିନ୍ଦ୍ର ସିଂ,

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂଦେଓ( ପୁଷୁ ବାବୁ) ପରେଶ ପ୍ରଧାନ ବ୍ଲକ ସଭାପତି, ହମେଶ ଜୈନ ବିଧାୟକଙ୍କ ସ୍ୱତନ୍ତ୍ର ପ୍ରତିନିଧି, ହରିଶଙ୍କର ମାଝୀ ବ୍ଲକ ଯୁବ ସଭାପତି, ଓମ ପୁଝାରି ଛତ୍ର ସଭାପତି ପ୍ରମୁଖ ଉପସ୍ଥିତ ରହି ନୂତନ ଉପସଭାପତି ଶ୍ରୀ ଖମାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version