କେନ୍ଦ୍ର ସରକାର ଦେଉଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କୁ ରାଜ୍ୟ ସରକାର ବ୍ୟାପକ ଦୁର୍ନୀତି କରୁଥିବା ପ୍ରତିବାଦରେ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଳକ ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ପାଟଣାଗଡ଼ :- କେନ୍ଦ୍ର ସରକାର ଦେଉଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ଯୋଗ୍ୟ ହିତାଧିକାରୀ କୁ ବାଦ୍ ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନ ପ୍ରକିୟା ଅନିୟମିତତା ଓ ଭ୍ରଷ୍ଟାଚାରର ରେ ଲିପ୍ତ ଥିବା ସମସ୍ତ ବ୍ୟକ୍ତି ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ କେନ୍ଦ୍ର ସରକାର ଦେଉଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ର ବିଜୁ ପଟ୍ଟନାୟକ ଙ୍କ ଫୋଟୋ ଚିତ୍ର ଲଗାଯିବା ନେଇ ବିଜେପି ପକ୍ଷରୁ ତାହା ହଟାଇବା ଦାବି ନେଇ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ଖପ୍ରାଖୋଲ ବିଜେପି ପକ୍ଷରୁ ବ୍ଳକ ଘେରାଉ କରାଯାଇଥିଲା ।

କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କ ପାଇଁ ଦେଉଥିବା ବେଳେ ରାଜ୍ୟ ର ୯ ଟି ଜିଲ୍ଲା କୁ ଶୂନ୍ୟ କରିଛନ୍ତି ଓଡ଼ିଶା ନବିନ ସରକାର । ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ରାଜ୍ୟ ସରକାର ତୁରନ୍ତ ଘର ଯୋଗାଇ ଦେବା ସହ ୯ ଟି ଜିଲ୍ଲା କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବି କରିଥିଲେ ।

ଏହି ଘେରାଉରେ ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣମାସୀ ବରିହା , ସାଂସଦ ପ୍ରତିନିଧି କରମ ସିଂ ଠାକୁର , ବରିଷ୍ଠ ବିଜେପି ନେତା ସତ୍ୟ ସେନ୍ଦ୍ରିଆ , ଜିଲ୍ଲା ପରିଷଦ ସଭ୍ୟ ବିପ୍ରଚରଣ ବିଶି , ଜ୍ୟୋତ୍ସ୍ନାମୟୀ ସାହୁ ,ଦେବ କାନ୍ତ ପାଣିଗ୍ରାହୀ ,ସତିରାମ ବାଗ , ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ ,ଶଶୀ ପୂଝାରୀ ,ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ , ପ୍ରମୁଖ ଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।(ଗୋରେଖନାଥ ବରିହା) 

Exit mobile version