ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ପେଟ୍ରୋଲ ଡିଜେଲ ଦର ବୃଦ୍ଧି , ଧାନ ର ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦାବି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ପାଟଣାଗଡ଼ :-  କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ସହ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ଦିନ କୁ ଦିନ ବୃଦ୍ଧି ପାଉଥିବା ପ୍ରତିବାଦରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଳକ ସମୁଖ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଗର କଂଗ୍ରେସ ସଭାପତି ଅନିଳ ମେହେର ଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ପିସିସି ସଭ୍ୟ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ ଯୋଗ ଦେଇ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି କରୁଥିବା ଯୋଗୁଁ ଲୋକେ ତଳିତଳାନ୍ତ ହେଉଥିବା କେନ୍ଦ୍ର ସରକାର କୁ ସମାଲୋଚନା କରିଥିଲେ ।

ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ବିପତ୍ତି ସମୟରେ ଲୋକେ ଦୂର୍ଦ୍ଧିନ ଭାବରେ ଜୀବନ ଅତିବାହିତ କରୁଥିବା ବେଳେ ଦର ବୃଦ୍ଧି ପାଉଥିବା କେନ୍ଦ୍ର ସରକାରଙ୍କ ଅପାରଗତା ଦୁର୍ବଳ ବୋଲି ଶ୍ରୀ ପୁରୋହିତ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ଚାଷୀ ର ଧାନ ଅଭାବି ବିକ୍ରୀ ଦେଖାଯାଉଥିବା ବେଳେ କମ୍ ମୂଲ୍ୟରେ ବାହାର ରେ ଚାଷୀ ବିକ୍ରି କରୁଛି । ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ,ଅଭାବି ବିକ୍ରୀ ଦୂର କରିବା ,ଟୋକନ ମିଳିଥିବା ଚାଷୀ ଧାନ ବିକିବା ,ବିହନ ସାର ଯୋଗାଇ ଦେବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବନମାଳୀ ମେହେର , ଚନ୍ଦ୍ରଶେଖରବରିହା ସିଦ୍ଧାର୍ଥ ମିଶ୍ର ପ୍ରମୁଖ ଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀଙ୍କ ଉପସ୍ଥିତ ଥିଲେ ।  (ଗୋରେଖନାଥ ବରିହା)

Exit mobile version