ରକ୍ତଦାନ ଶିବିର ସକାଶେ ପ୍ରାକ୍ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ହିଞ୍ଜିଳିକାଟୁ :- ଆସନ୍ତା ୧୧ ତାରିଖ ରବିବାର ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ କରୋନା ଯୋଦ୍ଧା ତଥା ସାମ୍ବାଦିକ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଙ୍କ ମୃତ୍ୟୁ ବାର୍ଷିକ ଉତ୍ସବ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ଅବସରରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଳବ ସମ୍ପାଦକ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ତତ୍ବାବଧାନରେ ଆୟୋଜିତ ବୈଠକରେ ଶିବିର ଆୟୋଜନ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଶିବିରରେ ସର୍ବନିମ୍ନ ୧୦୦ ୟୁନିଟ ରକ୍ତ ସଂଗ୍ରହ କରିବା ପାଇଁ ଆଲୋଚନା କରାଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଦେବାନନ୍ଦ ମହାପାତ୍ର, ଭୀମସେନ ବେହେରା, ପବିତ୍ର ମୋହନ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ସୁବାଷ ଚନ୍ଦ୍ର ପୋଲାଇ, ନୃସିଂହ ପ୍ରସାଦ ପଟ୍ଟନାୟକ, ପ୍ରମୋଦ କୁମାର ପଣ୍ଡା, କୈଳାଶ ସାବତ, କିରଣ ପଟ୍ଟନାୟକ, ପୁର୍ଣ୍ଣ ଗଉଡ, ଶୁସାନ୍ତ ପ୍ରଧାନ, ଟୁଟୁ ମୁନିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version