ରାଜ୍ୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ପେମେଣ୍ଟ ନେଟ୍‌ୱର୍କ ସ୍ଥାପନ କରିବା ଲାଗି ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପକ୍ଷରୁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ସହ ସହଯୋଗିତା ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ଭୁବନେଶ୍ୱର :-   ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ରାଜ୍ୟରେ ଏକ ସମ୍ପୂର୍ଣ୍ଣ ଡିଜିଟାଲ୍ ନେଟ୍‌ୱର୍କର ଶୁଭାରମ୍ଭ କରିବା ଲାଗି ଏହି ସହଯୋଗିତା ସ୍ଥାପନ ହୋଇଛି । ଏହା ଜରିଆରେ ରାଜ୍ୟର ୩୦୦ ଅର୍ଧ- ସହରାଞ୍ଚଳ ଓ ଗ୍ରାମୀଣ ଅଞ୍ଚଳରେ ବିଦ୍ୟୁତ୍ ବିଲ୍ ପେମେଣ୍ଟ କରିବା ସହଜ ହେବ । ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଏହାର ବ୍ୟାପକ “ଭାରତ ମନି ଷ୍ଟୋର୍‌’ ନେଟ୍‌ୱର୍କ ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ବାସ କରୁଥିବା ଟିପିସିଓଡିଏଲ୍‌ର ୩୦ ଲକ୍ଷ ଗ୍ରାହକ ନିକଟସ୍ଥ କିରାନା ଷ୍ଠୋର୍‌ରେ ପହଞ୍ଚି ବିନା କୌଣସି ପ୍ରତିବନ୍ଧକରେ ନିଜର ବିଦ୍ୟୁତ୍ ବିଲ୍ ପଇଠ କରିପାରିବେ । ଭାରତ ମନି ଷ୍ଟୋର୍ ହେଉଛି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୧୦୦% ସହଯୋଗୀ ସଂସ୍ଥା ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍‌ର ଏକ ସେବା । ଏହି ସହଯୋଗିତା ସମ୍ପର୍କରେ ଶ୍ରୀମତୀ ରୁପା ସତୀଶ, ମୁଖ୍ୟ-କର୍ପୋରେଟ୍ ଓ ନିବେଶ ବ୍ୟାଙ୍କିଙ୍ଗ୍‌, ସିଏସ୍‌ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ବ୍ୟାଙ୍କିଙ୍ଗ୍‌, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “ଓଡ଼ିଶାର ଗ୍ରାମୀଣ ଓ ଅର୍ଧ ସହରାଞ୍ଚଳରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୨୦ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାହକ ନିଜର ୟୁଟିଲିଟି ବିଲ୍ ପେମେଣ୍ଟ କରିବା ଲାଗି ଦୂର ସ୍ଥାନକୁ ଯାତ୍ରା କରନ୍ତି । ଏହାକୁ ନଜରରେ ରଖି, ଆମର ବ୍ୟାପକ ଭାରତ ମନି ଷ୍ଟୋର୍ ନେଟ୍‌ୱର୍କ ଜରିଆରେ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ଇଲେକ୍ଟ୍ରିକ୍ ବିଲ୍ ପେମେଣ୍ଟ ସୁବିଧା ପ୍ରଦାନ କରିବା ପାଇଁ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟିବ୍ୟୁସନ୍ ଲିମିଟେଡ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଏହା ଆମର ଗ୍ରାମୀଣ ଗ୍ରାହକମାନଙ୍କୁ ବହୁତ ସୁବିଧା ପ୍ରଦାନ କରିବ କାରଣ ସେମାନେ ନିକଟସ୍ଥ କିରାନା ଷ୍ଟୋର୍‌ରେ ପହଞ୍ଚି ନିରବଚ୍ଛିନ୍ନ ଭାବେ ପେମେଣ୍ଟ କରିପାରିବେ । ଆମର ଗ୍ରାହକମାନଙ୍କ ଲାଗି ଆମେ ନିକଟ ଭବିଷ୍ୟତରେ ଏଭଳି ଆହୁରି ସହଯୋଗିତା ସ୍ଥାପନ କରିବାକୁ ଚାହୁଁଛୁ ।’’ ଶ୍ରୀଯୁକ୍ତ ଏନ୍ ସେନ୍‌ବାଗମ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ରୁ୍ୟସନ୍ ଲିମିଟେଡ୍ କହିଛନ୍ତି ଯେ, “ବିଭିନ୍ନ ପ୍ରକାରର ଅଭିଯାନ ଜରିଆରେ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଉପରେ ଆମେ ସର୍ବାଧିକ ପ୍ରାଥମିକତା ପ୍ରଦାନ କରୁଛୁ । ଭାରତ ମନି ଷ୍ଟୋର୍ ଲୋକମାନଙ୍କୁ ସେମାନଙ୍କ ଘର ନିକଟରେ ବିଦ୍ୟୁତ୍ ବିଲ୍ ପଇଠ କରିବାର ସୁବିଧା ପ୍ରଦାନ କରିବ । ଏହି ସେବା ଆମ ଗ୍ରାମୀଣ ଗ୍ରାହକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ଯଥା ସମ୍ଭବ ସୁବିଧାଜନକ କରିବ । ଆମେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରି ଓ ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ପେମେଣ୍ଟ ବିକଳ୍ପ ମିଳିତ ଭାବେ ସୃଷ୍ଟି କରିଥିବାରୁ ବହୁତ ଖୁସି ।’’

Exit mobile version