Home ଓଡ଼ିଶା ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇ-ଲେକଚର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଦ୍ୱାରା ଲୋକାର୍ପିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- କୋଭିଡ୍-୧୯ ସ୍ଥିତିରେ ଯେତେବେଳେ ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ ବାଧାପ୍ରପ୍ତ ହୋଇଛି, ସେତେବେଳେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଇ-ଲେକ୍ଚର ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଇ-ଲେକ୍ଚର ମାଧ୍ୟମରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନେ ବହୁଳ ଭାବରେ ଉପକୃତ ହୋଇପାରିବେ ଏବଂ ଏହା ଶିକ୍ଷାଦାନ ପଦ୍ଧତିକୁ ଅଧିକ ସୁଦୃଢ଼ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷିଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ସାହୁ ଇ-ଲେକ୍ଚରକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନ୍ତର୍ଗତ ଭର୍ଚୁଆଲ ଟୁ୍ୟଟୋରିଆଲ୍ ପ୍ରକଳ୍ପ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା । ସମୁଦାୟ ୫ କୋଟି ଟଙ୍କାର ଏହି ପ୍ରକଳ୍ପରେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଅର୍ଥ ପ୍ରଦାନ କରିଥିଲେ । ବିଭିନ୍ନ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ବିିଭିନ୍ନ ବିଷୟରେ ଇ-ଲେକ୍ଚର ପ୍ରସ୍ତୁତ କରିବା ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୂର-ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ଠାରେ ଏକ ଉତ୍ସର୍ଗୀକୃତ ଷ୍ଟୁଡିଓ ନିର୍ମାଣ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସହଜରେ ଉପଲବ୍ଧ କରାଇବା ପାଇଁ ଏନ୍.ଆଇ.ସି ଦ୍ୱାରା ବିକଶିତ କରାଯାଇଥିବା ଏକ ସ୍ୱତନ୍ତ୍ର ପୋର୍ଟାଲ୍ https://vtputkal.odisha.gov.inରେ ପ୍ରସ୍ତୁତ ଇ-ଲେକ୍ଚରଗୁଡ଼ିକ ସ୍ଥାନିତ କରାଯାଇଛି । ଏହା ଦ୍ୱାରା ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି । ଆଜିଠାରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିଃଶୁଳ୍କ ଏହି ଇ-ଲେକ୍ଚରଗୁଡ଼ିକୁ ପାଇପାରିବେ । ବର୍ତ୍ତମାନ ପାଇଁ ପ୍ରଥମ ଓ ଦ୍ୱିତୀୟ ସେମିଷ୍ଟାରର ୧୧ଟି ବିଷୟ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନୋବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍ଚର ପ୍ରସ୍ତୁତ କରାଯାଇ େୱବ୍ ପୋର୍ଟାଲରେ ଅପ୍ଲୋଡ଼୍ କରାଯାଇଛି । ବାକି ସେମିଷ୍ଟାରର ଏହି ୧୧ଟି ବିଷୟରେ ଇ-ଲେକ୍ଚର ଯଥା ସମୟରେ ଅପ୍ଲୋଡ୍ କରାଯିବ । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟଗୁଡ଼ିକର ଇ-ଲେକ୍ଚର ପ୍ରସ୍ତୁତ କରାଯିବ । କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଆଶୋକ କୁମାର ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମହାନଗର, ହୋମ୍ Related Content Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha by Proprietor Abhimanyu Maharana June 13, 2026 समाज के आर्थिक रूप से कमजोर परिवारों को आर्थिक सहायता by Proprietor Abhimanyu Maharana June 13, 2026 ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା by Proprietor Abhimanyu Maharana June 13, 2026 ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି by Proprietor Abhimanyu Maharana June 13, 2026 ଗଜପତିରେ କାଳବୈଶାଖୀର ତାଣ୍ଡବ, ଉଡିଲା ୧୫ ଟି ଘରର ଛପର ଉଡି ଯାଇଛି by Proprietor Abhimanyu Maharana June 13, 2026 ଗଜପତିର ବାସିନ୍ଦା ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ - ୨୦୨୬ ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ ସମ୍ମାନୀତ by Proprietor Abhimanyu Maharana June 13, 2026