କାର୍ଯ୍ୟରେ ଲାଗୁନି ଲକ୍ଷାଧିକ ଟଙ୍କାର ଉଠାଜଳସେଚନ ପ୍ରକଳ୍ପ, ପଡିଆ ପଡୁଛି ଚାଷ ଜମି : କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଗଜପତି :- କାର୍ଯ୍ୟରେ ଲାଗୁନି ଲକ୍ଷାଧିକ ଟଙ୍କାର ଉଠାଜଳସେଚନ ପ୍ରକଳ୍ପ, ପଡିଆ ପଡୁଛି ଚାଷ ଜମି   କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ମାଳ ମାଳ ଯୋଜନା କରିବା ସହ ଲକ୍ଷ ଲକ୍ଷ ଟଙ୍କାର ଜଳ ପ୍ରକଳ୍ପ ମାନ କରି ବିପୁଳ ପରିମାଣରେ ଅର୍ଥ ବିନିଯୋଗ କରୁଛନ୍ତି କିନ୍ତୁ ତୃଣମୁଳ ସ୍ତରରେ ଏହା ଚାଷିଙ୍କ ନିକଟରେ ପହଁଚିପାରୁ ନଥିବା ଯୋଗୁଁ ଚାଷିଙ୍କୁ ଏଥିରୁ କୌଣସି ସୁଫଳ ମିଲୁନାହିଁ । ପ୍ରସାସନିକ ଅଧିକାରୀଙ୍କ ସମନ୍ନୟ ଅଭାବ କାରଣରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅନେକ ଚାଷି ଜମି ପଡିଆ ପଡିଥିବା ଦେଖିବାକୁ ମିଲୁଛି । ରାୟଗଡ ବ୍ଲକ ସଦରମହକୁମାରେ ଚାଷ କାର୍ଯ୍ୟ ନିମନ୍ତେ ମୁଖ୍ୟତଃ ବୃଷ୍ଟିପାତ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି ।

ବୃଷ୍ଟିପାତର ଅନିୟମିତତା ହେଲେ ଫସଲ ଉପ୍ତାଦନରେ ପ୍ରଭାବ ପଡିଥାଏ । ଉଠାଜଳସେଚନ ବିଭାଗ ପକ୍ଷରୁ ରାୟଗଡ ସଦରମହକୁମାର ମହେନ୍ଦ୍ରତନୟା ନଦୀ ପାଶ୍ୱରେ ଏକ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ସହ ଏହାକୁ ପରିଚାଳନା କରିବା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇଛି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମାରେ ଓଡିଶା ଉଠାଜଳ ସେଚନ ନିଗମ ଲିଃ ଉଠାଜଳସେଚନ ବିଭାଜନ ପାରଲାଖେମୁଣ୍ଡି ଦ୍ୱାରା ରାୟଗଡ(ନଂ-୨) ଉଠାଜଳସେଚନ ପଷ୍ଠଳ୍ପ ଷ୍ଟେଟ ପ୍ଲାନ ଦ୍ୱାରା ୨୦୧୮-୧୯ ଅର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ୨୦୧୯ ଅଗଷ୍ଟ ମାସରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିଲା ଏବଂ ଯାହାର ଅନୁଦାନ ମୁଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା । ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୨ ଜଣ ଚାଷିଙ୍କ ୫୦ ଏକରରୁ ଉର୍ଦ୍ଦ ଜମିକୁ ପାଣି ଯୋଗାଇବା ପାଇଁ ନିର୍ମାଣ ହୋଇଥିଲା କିନ୍ତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବାର ମାତ୍ର ମାସକ ଭିତରେ ପୁଣି ଉକ୍ତ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇଯାଇଛି ଯାହାର କାରଣ ନିମ୍ନ ମାନର ପ୍ଲାଷ୍ଟିକ ବ୍ୟବହାର କରାଯାଇଥିବା ଚାଷି ଅଭିଯୋଗ କରିଛନ୍ତି ।

ଉକ୍ତ ପ୍ରକଳ୍ପରେ ନିମ୍ନ ପ୍ଲଷ୍ଟିକ୍ ପାଇପର ବ୍ୟବହାର ହୋଇଥିବା କାରଣରୁ ମୋଟର ଚାଲୁହେବା କ୍ଷଣି ପାଇପ ଗୁଡିକ ଫାଟିଯାଉଛି ନାମକୁ ମାତ୍ର ଥରେ ଦୁଇଥର ଫାଟ ହୋଇଥିବା ସ୍ଥାନରେ ମରାମତି କରି ବିଭାଗ ଚାଷିଙ୍କ ଉପରେ ଛାଡିଦେଇଛି । କାରଣ ଏହି ପ୍ରକଳ୍ପ ଗୁଡିକୁ ପରିଚାଳନା କରିବା ପାଇଁ ପାଣି ପଞ୍ଚାୟତ ଗଠନ କରାଯାଇ ସଭାପତି ଏବଂ ସମ୍ପାଦକଙ୍କୁ ଦାଇତ୍ୱ ଦେଇଥିବା ସତ୍ତ୍ୱେ ଉଠାଜଳସେଚନର କର୍ମକର୍ତ୍ତା ମାନେ ଗଠନ ହୋଇଥିବା ପାଣି ପଞ୍ଚାୟତ ଅଧିନରେ ରହିଥିବା ସେଚ ପ୍ରକଳ୍ପ ଗୁଡିକ କାର୍ଯ୍ୟ କରୁଛି କି ନାହିଁ ତାହା ତଦାରକ କରାଯାଉନାହିଁ । ନିର୍ମାଣଧିନ ପ୍ରକଳ୍ପ ଗୁଡିକର ପାଇପ ଫାଟିବା, ଯାନ୍ତ୍ରୀକ ତୃଟି ଇତ୍ୟାଦି ଚାଷି ମାନେ କିପରି ମରାମତି କରିବେ ଏବଂ ଏଥିପାଇଁ ଅନୁଦାନ କୋଉଠୁ ଆସିବ ବୋଲି ପ୍ରଶ୍ନ ଉଠୁଛି । ଠିକାଦାର ମାନେ ତାଙ୍କ ସେଚ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ପରେ ଏହା କିଭଲି ଭାବେ ନିର୍ମାଣ ହୋଇଛି ନିମ୍ନ ମାନର ନା ଉଚ୍ଚ ମାନର ତଦାରକ କରିବା ଦାଇତ୍ୱ ବିଭାଗିୟ ଅଧିକାରୀ ମାନଙ୍କ ।

କିନ୍ତୁ କାର୍ଯ୍ୟ ସମାପ୍ତ ହେବାପରେ ପ୍ରକଳ୍ପକୁ ତଦାରକ ନ କରି କିପରି ଭାବେ ବିଲ ପଇଠ କରି ସମସ୍ତ ଦାଇତ୍ୱ ଚାଷିଙ୍କ ମୁଣ୍ଡରେ ଲଦି ଠିକାଦାର ଓ ଯନ୍ତ୍ରୀ ମାଲାମାଲ ହେଉଥିବା ବେଳେ ଚାଷି ବାରମ୍ବାର ଠକାମିର ସିକାର ହେଉଥିବା ସହ ପ୍ରକଳ୍ପ ଥାଇ ମଧ୍ୟ ପାଣି ପାଇଁ ଦୁର୍ଦ୍ଦସା ଭୋଗ କରୁଛନ୍ତି ନା କୃଷି ବିଭାଗ ନା ଉଠାଜଳସେଚନ ବିଭାଗ ଏହାକୁ ଗୁରୁତ୍ୱର ନେଉଛନ୍ତି ଯଦ୍ୱାରା ବ୍ଲକରେ କମ ପରିମାଣ କୃଷି ଉତ୍ପାଦନ ହେଉଥିବା ଲକ୍ଷ କରାଯାଉଅଛି । ବିଭାଗିୟ ଅଧିକାରୀ ମାନେ ଏତିପ୍ରତି ଦୃଷ୍ଟି ଦେବାପାଇଁ ଚାଷି ଦାବୀ କରିଛନ୍ତି । ସେପଟେ ବହୁ କମ ଦିନ ଭିତରେ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ବିଭାଗିୟ ଯନ୍ତ୍ରୀ ରାମଚନ୍ଦ୍ର ବେହେରା । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version