କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଙ୍ଘଟ ଓ ଖଞ୍ଜଣି ବଜାଇ ବ୍ଳକ ସମୁଖରେ କଂଗ୍ରେସର ବିକ୍ଷୋଭ ଓ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) କୋରାଇ :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି କୋରାଇ ବ୍ଲକ କଂଗ୍ରେସ କମିଟ ପକ୍ଷରୁ ଆଜି ବ୍ଳକ ସ୧ୁଖରେ ଥାଳି, ଖଞ୍ଜଣି, ଘଂଟ ଓ ଢୋଲ ବଜାଇ, ପ୍ଲା-କାର୍ଡ ଧରି ଅଭିନବ ଉପାୟରେ ବିକ୍ଷୋଭ ପଦର୍ଶନ ପୂର୍ବକ ଧାରଣା ଦିଆଇଥିଲା । ଏଆଇସିସିର ନିର୍ଦେଶକ୍ରମେ ପିସିସିର ପରାମର୍ଶରେ କୋରାଇ ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଅକ୍ଷୟକୁମାର ଜେନାଙ୍କ ତେନୃତ୍ୱରେ ଆଜି କଂଗ୍ରେସ କର୍ମୀ ଓ କର୍ମକର୍ତାମାନେ କୋରାଇ ସ୍ଥିତ ମେଲଣ ପଡିଆ ଠାରୁ ପ୍ଲା-କାଡ, ବ୍ୟାନର ଓ ପତାକା ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିର ପ୍ରତିବାଦ ସ୍ୱରୂପ ନାରାବାଜି କରି ବ୍ଲକ ନିକଟରେ ପହଂଚିଥିଲେ ।

ବ୍ଲକ ସମୁଖରେ ଧାରଣାରେ ବସି ଉଭୟ ସରକାରଙ୍କ ଦୁରଦର୍ଶିର୍ିତା ଅଭାବ ଯୋଗୁ କରୋନା ସଂକ୍ରମଣ ନକମିବା ଓ ବିଶେଷ କରି ପେଟ୍ରୋଲ, ଡିଜେଲ ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି, ଧାନର ଦର କ୍ୱିଂଟାଲ ପ୍ରତି ଏମଏସପି ୨୯୩୦ଟଙ୍କାକୁ ବୃଦ୍ଧିକରିବା, ଧାନକିଣାର ଟୋକନ ଅବଧିକୁ ଜୁନ ୩୦ପରିବର୍ତେ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧିକରିବା, କଟଣୀ ଓ ଛଟଣିକୁ ସଂପୂର୍ଣ୍ଣ ବାଦ ଦେବା, ଖରିଫ ଋତୁରେ ସମସ୍ତଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଔଷଧ ଅବିଳମ୍ବେ ପ୍ରଦାନ କରିବା ଓ ଚଳିତ ରବି ଋତୁରେ ଚାଷୀଙ୍କର ହଜାର ହଜାର କ୍ୱିଂଟାଲ ଧାନକୁ ସରକାର ନକିଣବା ଦ୍ୱାରା ଧାନ ଗଜାହୋଇ ନଷ୍ଟ ହୋଇଯିବା ଫଳରେ ଚାଷୀକୁ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି ଧାରଣା ପୂର୍ବକ ନାରାବାଜି କରି ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ଯାଏ ବିକ୍ଷୋଭ ପଦର୍ଶନ କରିଥିଲେ ।

ଅନୁଷ୍ଠିତ ଏହି ଧାରଣରେ ପିସିସି ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସଂପାଦିକା ନିର୍ମଳା ମଲିକ, ଜିଲା କଂଗ୍ରେସର ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ତଥା ବ୍ୟାସନଗରର ପ୍ରାକ୍ତନ ଉପନଗରପାଳ ପ୍ରମୋଦକୁମାର ପରିଡା, ବ୍ଲକ ଉପସଭାପତି ନୀଳମଣି ଜେନା, ନିରଞ୍ଜନ ନାୟକ, ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା, ଶରତ ପଣ୍ଡା, ନରହରି କୁଅଁର, ପରୀକ୍ଷିତ ମଲିକ, ଅମୂଲ୍ୟ ରାଜ, ବିଦୁଭୁଷଣ ମଲି. ସୁଷମା ଦାସ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନମାନାରଣ ନୀତି ବିରୁଦ୍ଧରେ ବକ୍ତବ୍ୟ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମର ସଂପୂର୍ଣ୍ଣଭାବେ କରୋନା ନିୟମ ଅନୁଯାଇ ହୋଇଥିଲା ।

ଅନ୍ୟାମନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନବଘନ ମଲିକ, ନାରାୟଣ ଚନ୍ଦ୍ର ଦାସ, ଗଜେନ୍ଦ୍ର କର, ହରିହର ବେହେରା, ଅମିତ କୁମାର ଜେନା, ନାରୀନେତ୍ରୀ ପୂର୍ଣ୍ଣିମା ପରିଡା, ଲିଳାବତୀ ସ୍ୱାଇଁ, ପୁରୁଷୋତମ ବିଶ୍ୱାଳ, କାହ୍ନୁଚରଣ ସାହୁ, ଅନନ୍ତ କବି, ସୁଦର୍ଶନ ମହାନ୍ତ, ଟୁକୁ ଗୁରୁ, ଶ୍ରୀକାନ୍ତ ମହାନ୍ତି, ସେକ ଆଥାର ଉଦ୍ଦିନ, ସେକ ମକସୁଦ ଖାନ, ସୋଲେମାନ ଖାନ, ମୁସାସ୍ତକ ଅଲ୍ଲୀକ ଖାନ, ବଳରାମ ମଲ୍ଲିକ, ଦୀପକ ଭଞ୍ଜ ପ୍ରମୁଖ ଶତାଧିକ ମହିଳା ଓ ପୁରଷ କର୍ମୀ ଓ କର୍ମକର୍ତା ସାମିଲ ହୋଇଥିଲେ । ଶେଷରେ ଯୁବନେତା ଅମୂଲ୍ୟ ରାଜ ଧନ୍ୟବାଦ ଦେଇଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Exit mobile version