ପୁରୀ : ତିନିରଥର ଘୋଡା ମରାମତି ସହ ରଙ୍ଗ କାର୍ଯ୍ୟ ଶେଷ

ମଙ୍ଗଳବାର ରଥଖଳା 

ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା  ୧ ଓଝା ବା କମାର ସେବକ  ୧୬ ତୁମ୍ବ ବିନ୍ଧ କାରିଗର ୧ ତିନିରଥ ରୂପକାର ସେବକ ୧୯ ସହାୟକ ୧ ମୋଟ – ୧୯୭

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା  :-ରଥ ନିର୍ମାଣ ଅଗ୍ରଗତି  ତିନିରଥର ବେଦୀ ପାର୍ଶ୍ୱ ପଟା ଚାରିପଟେ ‘ଠେକେରା ବାଡ଼’ ପଡ଼ିଅଛି,ସେଥିରେ ସଖୀ ସଂଯୋଗ ବାକି ଅଛି ।  ତିନିରଥର ଘୋଡା ମରାମତି ସହ ରଙ୍ଗ କାର୍ଯ୍ୟ ଶେଷ ହୋଇଅଛି।  ନନ୍ଦିଘୋଷ ରଥର ବ୍ରେକ ର ରଙ୍ଗ ଶେଷହୋଇ ସେଥିରେ ଫୁଲ ଏବଂ ହାତୀ ମାଳ ଚିତ୍ର ଅଙ୍କନ ପରେ ସମସ୍ତ ରଙ୍ଗ କାର୍ଯ୍ୟ ଶେଷ ହୋଇଥିବା ବେଳେ, ତାଳଧ୍ଵଜ ରଥ ଏବଂ ଦେବ ଦଳନ ରଥ ର ସମସ୍ତ ରଙ୍ଗ କାର୍ଯ୍ୟ ଶେଷ ହୋଇ ସିଂହାସନ ବେଦି ଚାରି ପଟ ଗାଈ ଗୋଠ ଚିତ୍ର ବାକି ରହିଛି । 

ଚିତ୍ରକାର ସେବକ ମାନେ ତିନି ରଥର ପ୍ରଭା ରେ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଦରଜୀ ସେବକ ମାନେ ତିନିରଥର ୨୪ ଟି ବତା କନାରେ ୭୨ ଗୋଟି ବିଳାସ ପଟି ଲାଗି ଶେଷ କରିଛନ୍ତି। ଏଥିସହ ତିନି ରଥର ୧୨ ଟି ଦୁଆର ବେଢା ମାପ ପ୍ରକାରେ କନା କଟିଙ୍ଗ ପରେ ସେଥିରେ ଲେସ, ଚିକଣ ସିଲଭର ଜରୀରେ ଫୁଲ, ଫୁଲ ଡାଳି ପଡି ଦୁଆର ବେଢା କନା କାମ ଶେଷ ହୋଇଅଛି ।

ଏଥି ସହ ତିନିରଥର ୧୨ଟି ଚନ୍ଦ୍ରଶାଳୀ ଏବଂ ୧୨ ଟି ଅଁଳାଶ୍ରୀ ପାଇଁ କନା କାର୍ଯ୍ୟ ଶେଷ ହେବାସହ ପୋଟଳ ର କନା କାର୍ଯ୍ୟ ଶେଷ ହୋଇ କନକ ମୁଣ୍ଡି ପାଇଁ ଚାନ୍ଦୁଆ ସହ ଉଡା ଚାନ୍ଦୁଆ ଏବଂ ସାରଥିଙ୍କ ପାଇଁ ପୋଷାକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ।  ଦୋଳବେଦୀ ସ୍ଥ ଅସ୍ଥାୟୀ କମାର ଶାକ ରେ ଓଝା ସେବକ ମାନେ ତିନିରଥର ୧୨ ଟି ପ୍ରଭା କଣ୍ଟା ନିର୍ମାଣ ସହ, ୮ଏମ ଏମ,୧୨ ଏମ ଏମ, ୧୬ ଏମ ଏମ ଏବଂ ୨୦ ଏମ ଏମ ର କିଛି

ରାଡ଼ କଣ୍ଟା ଏବଂ ଚାନ୍ଦି, ଇଉ କ୍ଲାମ୍ପ, ଅର କ୍ଳାମ୍ପ ବଳକା କଣ୍ଟା ମାନ ରଥ ଚଳନ ବେଳେ ଆବଶ୍ୟକ ତାକୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଅଛି।  ଏଥିସହ ଆଜି ରଥ ଚାଳିକୁ ସମ୍ପୁର୍ଣ୍ଣ ଭଙ୍ଗା ଯାଇ ଲୁହା ଭାରା ହଟା ଯିବା ସହ ଚାଳିରେ ଥିବା ବକକା କାଠ ଏବଂ ବଡ ଦାଣ୍ଡରେ ପଡିଥିବା କାଠ ଗୁଡିକୁ ସ୍ଥାନାନ୍ତର କରାଯାଇଅଛି ।  

Exit mobile version