କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ଚଳିତ ଶିକ୍ଷା ବର୍ଷ ର ପାଠ୍ୟ ପୁସ୍ତକ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ ( ୭ ଜୁଲାଇ ବୁଧବାର) ପାଟଣାଗଡ଼ :- ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟ ରେ ସମ୍ପୂର୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣ ର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ , କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା,ଗୁଣାତ୍ମକ ଶିକ୍ଷା,ଅନ ଲାଇନ ଶିକ୍ଷା ବ୍ୟବସ୍ଥା କୁ ଅନବରତ ଜାରି ରଖିବା କାର୍ଯ୍ୟକ୍ରମ ହାତକୁ ନେଇ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି l କରୋନା କଟକଣା ପରିସ୍ଥିତି ରେ କିସ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ପୁରାପୁରି ମାଗଣା ଶିକ୍ଷା ଦାନ ପାଇଁ କିସ ତରଫରୁ ଅନ ଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି l

ଦଶମ,ଦ୍ୱାଦଶ, +3ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ନିର୍ଧେଶ କ୍ରମେ କିସ ର ଶିକ୍ଷକ ମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକ କୁ ଆସୁଛନ୍ତି l କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଅବଦାନ ଫଳରେ ଦ୍ୱାଦଶ ପର୍ଯ୍ୟାୟ ତଥା 2021 ଚଳିତ ନୂତନ ଶିକ୍ଷା ବର୍ଷ ର ପ୍ରଥମ ପର୍ଯ୍ୟାୟ ରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ପୁସ୍ତକ, ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଆଦି ସମସ୍ତ ବ୍ଲକ ରେ ବଣ୍ଟନ କରାଯାଇଛି l ଆଜି ବଲାଙ୍ଗିର ଜିଲ୍ଲାର ଚଉଦ ଗୋଟି ବ୍ଲକ ରେ କିଟ ବିଶ୍ୱବିଦ୍ୟାଳୟ ର ୨ ଟି ବସ ଯୋଗେ ସାମଗ୍ରୀ ପହଞ୍ଚିଥିଲା l ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କର୍ମକର୍ତ୍ତା ମାନେ ପାଠ୍ୟ ଉପକରଣ ,ଶୁଖିଲା ଖାଦ୍ୟ ସାମଗ୍ରୀ ,ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାରେ ସହଯୋଗ କରିଥିଲେ l

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଭୁତାଣୁ ଜନିତ ଲକ ଡାଉନ କଟକଣା ଯୋଗୁଁ ମାର୍ଚ୍ଚ 2021 ଦ୍ଵିତୀୟ ସପ୍ତାହ ରୁ ଭାରତ ତଥା ଓଡିଶା ର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ରେ ଅଧ୍ୟୟନ ରତ ତିରିଶ ହଜlର ଆଦିବାସୀ ଛାତ୍ରଛାତ୍ରୀ ମଧ୍ୟ କରୋନା ଆତଙ୍କ ର ପ୍ରଭାବ ଯୋଗୁଁ ନିଜ ନିଜ ଗାଁ ରେ ରହୁଛନ୍ତି l କିସ ର ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଚିନ୍ତା ସହିତ ପାଠପଢା ଅବ୍ୟାହତ ରଖିବା ପାଇଁ କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ସାମନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ସହିତ ପ୍ରଥମ ପର୍ଯ୍ୟାୟ ରେ ସାନିଟାଇଜର,ସୋୟାବିନ,ସୁଜି,ଚାଉଳ ,ଚୁଡା ,ବିସ୍କୁଟ ,ଚିନି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରି ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅନାବିଳ ସ୍ନେହ ମମତା ର ପରିଚୟ ସୃଷ୍ଟି କରିଛନ୍ତି l

ସମ୍ପୂର୍ଣ ନିଃଶୁଳ୍କ ନିରନ୍ତର ପାଠପଢା ଚାଲୁ ରଖିବା ପାଇଁ କଳିଙ୍ଗ ଟିଭି ମାଧ୍ୟମରେ ଶିକ୍ଷାଦାନ ,ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଜାରି ରଖି ଶିକ୍ଷା ଇତିହାସ ରେ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି l କିସ କିଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଙ୍କ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁଗାନ୍ତକାରୀ ପ୍ରୟାସଏବଂ ଐତିହାସିକ କାର୍ଯ୍ୟ କୁ ଆଦିବାସୀ ମାନେ କୃତଜ୍ଞତା ଜଣାଇଛନ୍ତି l କିସ ତରଫରୁ ପ୍ରଦତ୍ତ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ,ବ୍ଲକ ସଭାପତି ଅଷ୍ଟରତ୍ନ ବରିହା ,ବିପ୍ର ବିଶି ,ପଦ୍ମନ ପ୍ରଧାନୀ,ଶରତ ଚନ୍ଦ୍ର ସିଂ ଭୋଇ ,ଦୁଃଖିଶ୍ୟାମ ଭୋଇ ,ଘିମାନନ୍ଦ ଭୋଇ , ଖେଳନ୍ତି ସମରଥ,ବଳଦେବ ଭୋଇ ,ଶ୍ୟାମ ସୁନ୍ଦର ଭୋଇ ସନ୍ତୋଷ ପୁଟା ,ଘନଶ୍ୟାମ ପ୍ରଧାନୀ , ଶ୍ରୀମତୀ ବନଲତା ମାଝି ,ଚୌବନ କିଶୋର ମାଝି ,ସୁଦାମ ଚରଣ ଭୋଇ ,ଡମ୍ବରୁ ଧରୁଆ ,ସାରଥୀ ବାଗ ,ଭୂପାଲ ବିଶ୍ୱାଳ , ମନବୋଧ ବରିହା ,ଅଚୁତ ଧରୁଆ ,ବିକ୍ରମ ଭୋଇ ,ବିଜୟ କlଳସାଏ,ରାଜୀବ କୁଅଁର, ଘନ ଭୋଇ ,ଟିକେଶ୍ୱର ଧରୁଆ ,ଧରମସିଂ ଧରୁଆ ,ଦଶରଥ ଛତ୍ରିଆ,ଗିରିଧାରୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ  l

Exit mobile version