କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ

1 – ଏମ୍‌କେସିଜି ମେଡିକାଲ୍‌ କଲେଜ୍‌, ଭିମ୍‌ସାରରେ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର ପାଇଁ ଦାବି
2 – ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ସରକାର ରାଜ୍ୟ କରୋନା ଭୂତାଣୁ ସଂକ୍ରମଣ କୋଭିଡ୍‌-୧୯ – 1.4.2020 ରିପୋର୍ଟ :– ସରକାର ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦ କ୍ଷେପ ଗ୍ରହଣ କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ନୟମିତ ବ୍ୟବ ଧାନ ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ସରକାର କୋଭିଡ୍‌-୧୯ ସଂକ୍ରମଣର ପ୍ରତିରୋଧ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍‌ ପିଟାଲ୍‌ମାନଙ୍କରେ କୋଭିଡ୍‌-୧୯ର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି । ଅନ୍ୟ ପକ୍ଷରେ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଅଧିନରେ ଆସୁଥିବା ଇଏସ୍‌ଆଇ, ନାଲ୍‌କୋ, ଏମ୍‌ସିଏଲ୍‌ ସହିତ ଭୁବନେଶ୍ୱରସ୍ଥିତ ଏମ୍‌ସକୁ କୋଭିଡ୍‌-୧୯ର ଚିକିତ୍ସା କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହି ଚିଠିରେ କେନ୍ଦ୍ର ସରକାର ଭୁବନେଶ୍ୱରର ଆର୍‌ଏମ୍‌ଆର୍‌ସି, ଏମ୍‌ସ ସହ କଟକର ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍‌ ପିଟାଲ୍‌ରେ କୋଭିଡ୍‌-୧୯ ପରୀକ୍ଷା ବ୍ୟବସ୍ଥା ସଂ ପ୍ରସାରଣ କରିଥିବାରୁ ମନ୍ତ୍ରୀ ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଛନ୍ତି । ତେବେ ଭୁବନେଶ୍ୱର ଓ କଟକ ମଧ୍ୟରେ କୋଭିଡ୍‌-୧୯ର ପରୀକ୍ଷା ସୁବିଧାସୀମିତ ଥିବାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତଥା ଦୂରଦୂରାନ୍ତ ଅଞ୍ଚଳର ଜନସାଧାରଣ ଏହି ପରୀକ୍ଷା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି କି କୋଭିଡ୍‌-୧୯ ପରୀକ୍ଷା ସୁବିଧା ବ୍ରହ୍ମରପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌, ବୁର୍ଲାର ଭିମ୍‌ସାର ପାଇଁ ବ୍ୟବସ୍ଥା କଲେ ସାରା ରାଜ୍ୟର ଜନସାଧାରଣ ଉପକୃତ ହୋଇ ପାରିବେ । ଏହା ସହିତ ଭେଣ୍ଟିଲେଟର, ପିପିଇ, ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏସବୁ ଯୋଗାଇ ଦେଲେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆର୍‌ଜିଏଚ୍‌, ରାଉରକେଲା ହସ୍‌ ପିଟାଲ୍‌ରେ ରୋଗୀ ସେବା ଓ ଚିକିତ୍ସାରେ ସହାୟକ ହୋଇ ପାରିବ । ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ପାଇଁ ଆବଶ୍ୟକ କିଟ୍‌ର ଅଭାବ ରହିଛି । ତେଣୁ ଏ ଦିଗରେ ପ୍ରାଥମିକତା ଦେଇ ପରୀକ୍ଷଣ କିଟ୍‌ର ଯୋଗାଣ ନିଶ୍ଚିତ କରିବା ଦିଗରେ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ଦାସ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ କୋଭିଡ୍‌-୧୯ ପରୀକ୍ଷଣ ବ୍ୟବସ୍ଥା ବୃଦ୍ଧି, ଭେଣ୍ଟିଲେଟର ଯୋଗାଣ, କେନ୍ଦ୍ର ସରକାରୀ ଉଦ୍ୟୋଗ ଅଧିନରେ ଆସୁଥିବା ହସ୍‌ ପିଟାଲ୍‌ଗୁଡ଼ିକର ଆବଶ୍ୟକତା ପୂରଣ ସହ ପିପିଇ, ପରୀକ୍ଷଣ କିଟ୍‌, ମାସ୍କ ଓ ସାନିଟାଇଜର ଯୋଗାଣ ଦିଗରେ ଗୁରୁତ୍ୱ ପ୍ରଦାନ କଲେ ରାଜ୍ୟର କୋଭିଡ୍‌-୧୯ ଚିକିତ୍ସାରେ ସୁଧାର ଆସି ପାରିବ ।

Exit mobile version