ହିଞ୍ଜିଳି କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ହିଞ୍ଜିଳିକାଟୁ :-ପେଟ୍ରୋଲ,ଡିଜେଲ, ଏଲପିଜି ଗ୍ୟାସ ଓ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ଅଖିଳ ଭାରତ କଂଗ୍ରେସ କମିଟି ଅଧକ୍ଷା ସୋନିଆ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟି ଓଡିଶା ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ରାଜ୍ୟର ସମସ୍ତ ବ୍ଳକରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ପୈରାଞ୍ଚଳ କଂଗ୍ରେସ ସଭାପତି ସୁନାରାମ ସାବତ ଓ ବ୍ଳକ ସଭାପତି ଶିବରାମ ପ୍ରଧାନଙ୍କ ତତ୍ବାବଧାନରେ ସ୍ଥାନୀୟ ଅଞ୍ଚଳର ଛାତ୍ର, ଯୁବ କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ଠାରୁ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ

ବିରୁଦ୍ଧରେ ସ୍ଳୋଗାନ ଦେବା ସହ ନଗର ପରିକ୍ରମା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବ୍ଳକ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପୈାର କାର୍ଯ୍ୟାଳୟ ପରିସରରେ ପୈାର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ବାରମ୍ବାର ବାରମ୍ବାର ପେଟ୍ରୋଲ, ଡିଜେଲ, ଏଲ.ପି.ଜି ଗ୍ୟାସ ଓ ଖାଉଟି ସାମଗ୍ରୀ ର ଅହେତୁକ ଦରଦାମ ର ବୃଦ୍ଧି ରେ ରୋକ ଲଗେଇବା ପାଇଁ ମାନ୍ୟବର ରାଷ୍ଟ୍ରପତି ଙ୍କ ଠାରେ ପ୍ରେରଣ ନିମନ୍ତେ ସାଧାରଣ ଜନତାଙ୍କ ସ୍ୱାର୍ଥ ରେ ଏକ ଦାବିପତ୍ର ପ୍ରଦାନ କରାଗଲା ଓ କେନ୍ଦ୍ର ସରକାରର ମନମୁଖୀ, ଗରିବ ମଧ୍ୟମ ମାରଣ ନୀତିକୁ ଦୃଢ଼ ହସ୍ତରେ ନିନ୍ଦା କରାଗଲା ତତସହିତ ରାଜ୍ୟ ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ବାଚୀ ଲଗାଗଲା . । ଉକ୍ତ କାଯ୍ୟକ୍ରମରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ, ନୀଳାଞ୍ଚଳ ପାଣିଗ୍ରାହୀ,କବିରାଜ ପ୍ରଧାନ, ରାଜୀବ ପ୍ରଧାନ,ସନିଆ ରାଉତ, ଶଙ୍କର ସେଠି, ମହେଶ୍ୱର ସାହୁ, ରଞ୍ଜନ ଗୌଡ଼ ଯୁବନେତା କହ୍ନେୟାଲାଲ ସାବତ, ମନୋଜ କୁମାର ଗୌଡ଼, ପବିତ୍ର ସେଠି, ସାଗର ଦାସ, ରାଜେଶ ସେଠି, ଓ ଛାତ୍ର ନେତା ଚନ୍ଦନ କୁମାର ପଢି , ଶ୍ରୀକାନ୍ତ,ବଣ୍ଟି, ବିଶାଳ ପ୍ରମୁଖ ଉପସ୍ଥିତ ଥିଲେ ।( ରିପୋର୍ଟ ଶୁସାନ୍ତ ପ୍ରଧାନ )

Exit mobile version