ଢେଙ୍କାନାଳ ସହରରେ ପାଣିପମ୍ପ୍ ଚୋର ଗ୍ୟାଙ୍ଗ୍ ଠାବ, ୪ ଗିରଫ ଓ ୧୯ ଟି ପାଣିପମ୍ପ୍ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ଢେଙ୍କାନାଳ :-ସହରରେ ପାଣିପମ୍ପ୍ ଚୋର ଗ୍ୟାଙ୍ଗ୍ କୁ ଠାବ କରାଯାଇଛି। ଗତକାଲି ଟାଉନ୍ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଚୋରକୁ ଗିରଫ କରିବା ସହ ୧୯ ଟି ଚୋରି ପାଣିପମ୍ପ୍ ଉଦ୍ଧାର କରିଛି। ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ସୋଗର ଗ୍ରାମର ଜୈନିକ ବ୍ୟକ୍ତି ତାଙ୍କର ସହରର ଦକ୍ଷିଣକାଳୀ ଅଂଚଳରେ ଥିବା ଏକ ଜାଗାରେ ବଙ୍ଗାଳୀ ମିସ୍ତ୍ରୀଙ୍କ ଦ୍ଵାରା ନୂଆ ଘରଟିଏ ନିର୍ମାଣ କରୁଥିଲେ ଏବଂ ସେଠାରେ ଉକ୍ତ ଦକ୍ଷିଣକାଳୀ ଅଂଚଳର ଜଣେ ବ୍ୟକ୍ତିକୁ ଜଗୁଆଳିକୁ ଦରମା ଦେଇ ଜଗାଇଥିଲେ ।

ତେବେ ଗତ କିଛି ଦିନ ତଳେ ସେଠାରେ ତାଙ୍କର ଘର କାର୍ଯ୍ୟରେ ବ୍ୟବହୃତ ହେଉଥିବା ସମରସେବୁଲ୍ ପାଣିପମ୍ପ ଟିକୁ କେହି ଦୁର୍ବୃତ୍ତ ଚୋରି କରି ନେଇ ଥିବାର ଖବର ପାଇଲେ। ଖବର ପାଇ ଜୈନିକ ବ୍ୟକ୍ତି ଗତ ତା୧୩/୫/୨୦୨୧ ରିଖରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ଟାଉନ୍ ପୋଲିସ ୨୪୦/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୧୯ ଟି ଚୋରି ପାଣି ପମ୍ପ୍ ଉଦ୍ଧାର କରିବା ସହ ୪ ଜଣ ପାଣିପମ୍ପ୍ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ( ରିପୋର୍ଟ – ଅମର ରଞ୍ଜନ ଦାସ)

Exit mobile version