ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍‌ ମୋବିଲିଟିର ୨୦୨୧ ଜୁନ୍ ବିକ୍ରିରେ ୩୧୦% ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ଭୁବନେଶ୍ୱର :- କେରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ଆହ୍ୱାନ ସୃଷ୍ଟି କରିଥିବା ସତ୍ୱେ ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ୨୦୨୧ର ଜୁନ୍ ମାସକୁ ସକାରାତ୍ମକ ବିକ୍ରି ଧାରା ସହ ଶେଷ କରିଛି । ବ୍ୟକ୍ତିଗତ ଗମନା ଗମନ ଲାଗି ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ଚାହିଦା ବଢ଼ିଥିବା ବେଳେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଜୁନ୍ ମାସରେ ୯୩୮ ୟୁନିଟ୍ ଗାଡ଼ି ବିକ୍ରି କରିଛି ଯାହା ୨୦୨୦ ଜୁନ୍‌ରେ ହୋଇଥିବା ୨୨୩ ୟୁନିଟ୍ ବିକ୍ରି ତୁଳନାରେ ୩୧୦%ରୁ ଅଧିକ । ମେ” ମାସ ବିକ୍ରି ତୁଳନାରେ କଂପାନି ବିକ୍ରିରେ ୯୧% ବୃଦ୍ଧି ହାସଲ କରିଛି । ୨୦୨୧ ମେ’ରେ କଂପାନି ୪୭୯ଟି ଗାଡ଼ି ବିକ୍ରି କରିଥିଲା । ସ୍ୱଳ୍ପ ବେଗରୁ ଅତି ବେଗଗାମୀ ଭଳି ପ୍ରତିଟି କ୍ଷେତ୍ରରେ ଦୁଇ ଚକିଆ ଯାନ ଚାହିଦାରେ ବୃଦ୍ଧି ଯୋଗୁଁ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ୍‌- ଜୁନ୍‌)ରେ କଂପାନିର ମୋଟ ବିକ୍ରି ୧୮୮୯ ୟୁନିଟ୍ ହୋଇଛି ।

ଏହି ଅବସରରେ ଶ୍ରୀମତୀ ଶୀତଲ ଭାଲେରାଓ, ସିଓଓ, ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ, “ଫେମ୍‌- ୨ରେ ଘୋଷଣା କରାଯାଇଥିବା ସବ୍‌ସିଡି ଓ ପ୍ରୋତ୍ସାହନ ଏବଂ ଏହାର ପରବର୍ତୀ ସମୟରେ ଗୁଜରାଟ ସରକାରଙ୍କ ଘୋଷଣା ପରେ ସାରା ଦେଶରେ ଇଲେକ୍ଟ୍ରିକ୍‌ ଯାନର ଚାହିଦା ବଢ଼ିଛି । ଇନ୍ଧନ ମୂଲ୍ୟରେ ବୃଦ୍ଧି ହେଉଥିବା ବେଳେ ତାହା ଅନେକ ରାଜ୍ୟରେ ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ପହଂଚିଥିବାରୁ ଉଭୟ ସ୍ୱଳ୍ପ ବେବଗାମୀ ଓ ଦ୍ରୁତ ବେବଗାମୀ ମଡେଲ୍ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢ଼ିଛି । ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ସହ କଟକଣା କୋହଳ ହେଉଥିବାରୁ ବ୍ୟବସାୟ ରେ ଦ୍ରୁତ ସୁଧାର ହେଉଥିବା ଆମେ ଅନୁଭବ କରୁଛୁ । ରାଜ୍ୟ ଗୁଡ଼ିକର ସମସ୍ତ ପ୍ରୋଟୋକଲ୍‌କୁ ପାଳନ କରି ଆମର ସବୁ ଆଉଟ୍‌ଲେଟ୍‌ଗୁଡ଼ିକ ଖୋଲା ରହିଛି । ସେହି ସମାନ ସକାରାତ୍ମକ ଭାବନାକୁ ନେଇ ଆଗକୁ ବଢ଼ିବା ସହ ଆମର ବିଶ୍ୱାସ ରହିଛି ଯେ ମାସ ପରେ ମାସ ଚାହିଦା ଆହୁରି ସୁଦୃଢ଼ ହେବାରେ ଲାଗିବ ।’’

Exit mobile version