ଶଙ୍ଖଚିଲା ହିଙ୍ଗୁଳା ବିଦ୍ୟାପୀଠର ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସଭା

ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର )ଭୁବନେଶ୍ୱର :-  କୋରାଇ ବ୍ଳକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚବିଦ୍ୟାପୀଠର ୭୧ତମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମୀରିନା ମହାନ୍ତଙ୍କ ଅଧ୍ୟକ୍ଷତାରେ ବହୁପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ରେ ପାସକରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଶୁଭାଞ୍ଜଳି ସାହୁଙ୍କୁ ୬୯ତମ ବ୍ୟାଚର ଛାତ୍ରଛାତ୍ରୀ ଏକହଜାର ଟଙ୍କା ସହ ପୁଷ୍ପଗୁଛଦେଇ ସମ୍ବର୍ଦ୍ଧନା କରିଥିଲେ ।
 
ଏଥି ସହିତ ବିଦ୍ୟାଳୟପକ୍ଷରୁ ମଧ୍ୟ ଉପହାର ସହ ପୁଷ୍ପଗୁଚ୍ଛ ଦେଇ ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ମହାନ୍ତି ଶୁଭାଞ୍ଜଳିକୁ ପ୍ରଦାନ କରିବା ସହ ଉତରୋତର ଶୁଭକାମନା କରିଥିଲେ । ଏହି ସଭାରେ ସ୍ଥାନୀୟ ଖମଣ ପଂଚାୟତର ସରପଂଚ ସୁଶାନ୍ତକୁମାର ସାହୁ, ‘ମୋ ସ୍କୁଲ ଅଭିଯାନି’ର ସଭାପତି ଦିଲ୍ଲୀପକୁମାର ସାହୁ, ପୁରାତନ ଛାତ୍ର ଅମୀୟ ସାହୁ, ରବୀନ୍ଦ୍ର ମହାରଣା, ବାବଜୀ ଚରଣ ସାହୁ, ଅଶୋକୁମାର ପଣ୍ଡା, ମାଧବାନନ୍ଦ ସାହୁ, ବିଶ୍ୱନାଥ ସାହୁ, ସ୍ନେହାଶିଷ ସାହୁ, ତରୁଣ ଗୁରୁ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଯୋଦେଇ ବିଦ୍ୟାଳୟର ୭୧ତମ ପ୍ରତିଷ୍ଠା ଦିବସ ଉପରେ ଆଲୋକ ପାତ କରିଥିଲେ ।

କରୋନା କଟକଣା ଅନୁଯାୟୀ ଅନୁଷ୍ଠିତ ସଭାରେ ବରିଷ୍ଠଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର, ଯୁଗପ୍ରଭା ସାବତ, ବରିଷ୍ଠଶିକ୍ଷକ ଅଭିମନ୍ୟୁ ନାୟକ, ଅଟଳବିହାରୀ ବେହେରା, ହରିପ୍ରିୟା ସାହୁ, ଶୁଭସ୍ମିତା ସାହୁ, ମଧୁସ୍ମିତା ମହାନ୍ତି, ରନିତା ବେହେରା, କାର୍ତିକଚନ୍ଦ୍ର ସାହୁ, ଘନ଼ଶ୍ୟାମ ନାୟକ, ମାନସରଞ୍ଜନ ଶତପଥୀ, ଶାନ୍ତିଲତା ସାହୁ, ପଦ୍ମାବତୀ ସାହୁ, ଜୟନ୍ତୀ ମୁର୍ମୁ, ନୟନଦୀପ୍ତ ବେହେରା ଆଦି ଶିକ୍ଷକ ଶକ୍ଷୟିତ୍ରୀଙ୍କ ସମେତ କର୍ମଚାରୀମାନେ ଯୋଗଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ଯୁଗପ୍ରଭା ସାବତ ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) 

Exit mobile version