ଟାଉନ୍ ପୋଲିସ୍ ପଞ୍ଜାରେ ନକଲି ତ‌ହସିଲଦାର ଗ୍ୟାଙ୍ଗ୍, ୨ ଗିରଫ ଓ ବ୍ୟବହୃତ ବୋଲେରୋ ଜବତ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲା ଟାଉନ୍ ପୋଲିସ ପଞ୍ଜାରେ ନକଲି ତହସିଲଦାର ରାକେଟ୍ । ନିଜକୁ ତହସିଲଦାର ପରିଚୟ ଦେଇ ୫୫ନଂ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଗୁଡ଼ିକୁ କରୁଥିଲେ ଟାର୍ଗେଟ୍ । ଦୁର୍ଭାଗ୍ୟବଶତଃ ଗତକାଲି ରାତିରେ ଲୁଟ୍ କରୁଥିବା ବେଳେ ଅସଲି ପୋଲିସ ହାବୁଡ଼ରେ ପଡ଼ି ବନ୍ଧାହେଲେ ନକଲି ତହସିଲଦାର ଓ ତା’ର ଜଣେ ସହଯୋଗୀ।ଘଟଣାସ୍ଥଳରେ ଜଣେ ଫେରାର ହୋଇଥିବା ବେଳେ ଘଟଣାରେ ବ୍ୟବହୃତ ବୋଲେରୋ କୁ ଜବତ କରି ପୋଲିସ୍ ତଦନ୍ତ ଜାରି ରଖିଛି ।

ଘଟଣାରୁ ପ୍ରକାଶ, ଗତକାଲି ରାତିରେ ସହର ଉପକଣ୍ଠ କାଠଗଡା ଅଂଚଳ ଜାତୀୟ ରାଜପଥରେ କିଛି ଦୁର୍ବୃତ୍ତ ନିଜକୁ ନକଲି ତହସିଲଦାର ପରିଚୟ ଦେଇ ଗାଡ଼ି ଗୁଡ଼ିକ ଠାରୁ ଚାନ୍ଦା ଆଦାୟ କରୁଥିଲେ। ତେବେ ରାତି ସାଢ଼େ ଦଶଟା ବେଳେ ଗୁଡିଆକାଟେଣୀରୁ ମେଟାଲ୍ ବୋଝେଇ କରି ଜଗତସିଂହପୁର କୁ ଯାଉଥିବା ଟ୍ରକ୍ କୁ ଅଟକାଇ ଚାନ୍ଦା ମାଗୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନକଲି ତହସିଲଦାର ସମେତ ତା’ର ଜଣେ ସହଯୋଗୀକୁ କାବୁ କରିଥିଲା ।

ଘଟଣା ସ୍ଥଳରେ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଘଟଣାରେ ବ୍ୟବହୃତ ବୋଲେରୋ(OD06-G- 1270) କୁ ଟାଉନ୍ ପୋଲିସ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଦୁଇ ଦୁର୍ବୃତ୍ତ ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ବୋଲି ଜଣାପଡ଼ିଛି।(ରିପୋର୍ଟ, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version