ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ରେ ବନ ମହୋତ୍ସବ ସପ୍ତାହ ପାଳନ 

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ଶତାୟୁ ଶିକ୍ଷା ଅନୁଷ୍ଠାନ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ରେ ଆଜି ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ବିଦ୍ୟା ପୀଠ ର ପ୍ରଧାନ ଶିକ୍ଷକ ଦେବାଶିଷ ହାଜରା ବୃକ୍ଷ ରୋପଣ କରି ଶିଶୁ ଟିଏ ଗଛଟିଏ ଏହି ମନ୍ତ୍ର ରେ ସମସ୍ତ ଙ୍କୁ ପଣ କରେଇବା ପାଇଁ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷତ୍ରି ଙ୍କୁ ଅନୁରୋଧ କରିଥିଲେ ।ବିଦ୍ୟାପୀଠ ର ଛାତ୍ର ଙ୍କ ମଧ୍ୟରେ ଭାରଚୁଆଲ ମାଧ୍ୟମରେ ରେ ବନ ମହୋତ୍ସବ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।

ଏହି ପ୍ରତିଯୋଗିତାରେ ଦଶମ ଶ୍ରେଣୀରେ ଆସିତ ତ୍ରିପାଠୀ ପ୍ରଥମ,ନବମ ଶ୍ରେଣୀର ତୁଷାର ରଣା ଦ୍ଵିତୀୟ ,ଅଷ୍ଟମ ଶ୍ରେଣୀର ମହେଶ ରାଉତ ତୃତୀୟ ଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ହାଜରା ପୁରସ୍କାର ପ୍ରଦାନ କରିଥିଲେ।ବିଦ୍ୟାଳୟ ରେ ପିଜୁଳି, ବଉଳ,ଆମ୍ବ, କଦମ୍ବ, କୃଷ୍ଣ ଚୁଡା ବୃକ୍ଷ ରୋପଣ କରାଯାଇଥିଲା।ପଣ୍ଡିତ ନଗେନ୍ଦ୍ର ମହାପାତ୍ର ପରିବେଶ ମନ୍ତ୍ର ଉଚ୍ଚାରଣ କରି ପ୍ରକୃତି ମାତା ଙ୍କୁ ବନ୍ଦନା କରି ସରିବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୋଭିଡ କଟକଣା ରେ ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କାଁହୁ ଚରଣ ସାହୁ,ସିଆରସିସି ବଳରାମ ପାଇକରାୟ, ମୋ ସ୍କୁଲର ସଭାପତି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ, ଶିକ୍ଷୟତ୍ରୀ ଚିତ୍ର ଲେଖା ମିଶ୍ର,ଜ୍ୟୋତ୍ରି ମୟୀ ପଣ୍ଡା,ନିବେଦିତା ଜେନା ଙ୍କ ସମିତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Exit mobile version