ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଟିକା ଗ୍ରହଣ କେନ୍ଦ୍ର ରେ ଟିକା କରଣ କୁ ନେଇ ଉତ୍ତେଜନା : କରୋନା କଟକଣା ଭୁଲିଗଲେ ଲୋକେ – ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :-  ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ କଲେଜ ପରିସରରେ କୋଭିଡି ଟିକା କରଣ ପ୍ରକ୍ରିୟା ଚାଲୁଥିଲେ ମଧ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ଙ୍କ ଅବହେଳା ଓ କେଉଁ କେଉଁ ବ୍ୟକ୍ତି ଙ୍କୁ ଟିକା କେବେ ଦିଆଯିବ ତାହାର ସ୍ପଷ୍ଟୀକରଣ ହେଉନଥିବାରୁ ବାରମ୍ବାର ଏଠାରେ ବିଭିନ୍ନ ବ୍ୟକ୍ତି ଟିକା ପାଇଁ ଆସି ଫେରିବା ପରେ ଆଜି ଟୀକା କରଣ କେନ୍ଦ୍ର ରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।ସୂଚନା ମୁତାବକ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ ଏହି ସମାନ ଅସୁବିଧା ବାରମ୍ବାର ପରିଲକ୍ଷିତ ହେବାରୁ ବାଙ୍କୀ ପ୍ରଶାସନ ଅଧିକାରୀ ତଥା ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଟିକା କରଣ କେନ୍ଦ୍ର କୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ସ୍ଥାନାନ୍ତର କରିଥିଲେ।ମାତ୍ର ଟିକେଟ ଟୋକନ ଦେବାରେ ବିଳମ୍ବ ,

ଅନ ଲାଇନ ରେ ଷ୍ଟଲଟ ବୁକିଙ୍ଗ ରେ ନେଟୱାର୍କ ଅସୁବିଧା ରୁ ଲୋକେ ଷ୍ଟେଟ ବୁକିଙ୍ଗ କରିପାରୁନାହାନ୍ତି।ଅଙ୍ଗନବାଡି କର୍ମୀ ଙ୍କୁ ଟିକା କରଣ କେନ୍ଦ୍ର କୁ ଟିକା ପାଇଁ ଯିବା ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ଟୋକନ ପ୍ରଦାନ ଠିକ ସେ କରୁନଥିବାରୁ ଲୋକେ ଟୋକନ ପାଉନାହାନ୍ତି। ଯେଉଁ ମାନଙ୍କ ଟିକା ପାଇଁ ବୁକିଙ୍ଗ ହେଉଛି ସେମାନେ ବାଙ୍କୀ ମହାବିଦ୍ୟାଳୟ କୁ ଟିକା ପାଇଁ ଗଲେ ସେଠିବସିଥିବା ଚିକିତ୍ସାଳୟ ର ଟିକା ଦେବା କର୍ମଚାରୀ ଉକ୍ତ ବ୍ୟକ୍ତି ମାନଙ୍କୁ ଆଜି ଟିକା ସରିଗଲାଣି ପୁଣି ଟୋକନ ବୁକିଙ୍ଗ କରି ଦିନେ ଦୁଇଦିନ ପରେ ଅସ ବୋଲି କହି ଫେରେଇ ଦେଉଛନ୍ତି।କରୋନା ରୁ ବଞ୍ଚିବା ପାଇଁ ଲୋକେ ଟିକା ପାଇଁ ବାରମ୍ବାର ଟିକା ଗ୍ରହଣ କେନ୍ଦ୍ର କୁ ଭୋରୁ ଆସି ଫେରିବା ଫଳରେ ଲୋକେ ଉତକ୍ତ ହୋଇଥିଲେ।ଟିକା କରଣ ଓ ଟୋକନ ପ୍ରଦାନ ଅବ୍ୟବସ୍ଥା ଲୋକେ ଙ୍କ ପାଖରେ ସୂଚନା ନାହିଁ ତାଙ୍କ ଟିକା କେବେ ଦିଆଯିବ ।

ଆଜି ଶତାଧିକ ବ୍ୟକ୍ତି କରୋନା ପ୍ରତିଷେଧକ ଟୀକା ପାଇଁ ବାଙ୍କୀ ମହାବିଦ୍ୟାଳୟ କୁ ଆସି ଥିଲେ ମାତ୍ର ଟିକା କେନ୍ଦ୍ର ରେ ଥିବା ଚିକିତ୍ସାଳୟ ର ବ୍ୟକ୍ତି ସେମାନଙ୍କୁ ଆଜି ଏତେ ଟିକା ନାହିଁ କହିବାରୁ ଟିକା ନେବା ପାଇଁ ଆସିଥିବା ଲୋକେ ଉତକ୍ତ ହୋଇ ସମସ୍ତେ କରୋନା କଟକଣା ଭୁଲି ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ।ଏହି ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ଥିଲେ।ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିବା ସହ ସମସ୍ତ ଙ୍କୁ କୋଭିଡ ନିୟମ ଅନୁଯାୟୀ ଶାରୀରିକ ଦୂରତା ରେ ଠିଆ ହେବାକୁ କହିଥିଲେ।

ଟିକା କରଣ କେନ୍ଦ୍ରରେ ଏଭଳି ଅବବ୍ୟବସ୍ଥା ଆଉ ଉତ୍ତେଜନା ପାଇଁ ଚିକିତ୍ସାଳୟ ର ଟିକା କରଣ ପ୍ରକ୍ରିୟାର ଦାଇତ୍ୱରେ ରହିଥିବା ଅଧିକାରୀ ଙ୍କୁ ଦାଇ କଲେ ବାଙ୍କୀ ତହସିଲଦାର ଶ୍ରୀ ପଣ୍ଡା। ଟିକା କେନ୍ଦ୍ରରେ ଅବବ୍ୟବସ୍ଥା ଆଉ ଉତ୍ତେଜନା ଓ ଶହଶହ ସଂଖ୍ୟାରେ ଲୋକେ କୋଭିଡ ନିୟମ କୁ ଭୁଲି ରୁଣ୍ଡ ହୋଇଥିବା ଯୋଗୁଁ ଗୋଷ୍ଠୀ ସଂକ୍ରମଣହେବାର ସମ୍ଭାବନା କୁ ଆଡେଇ ଦିଆ ନଯାଇ ପାରେ ବୋଲି ବହୁ ବୁଦ୍ଧି ଯିବି ପ୍ରକାଶ କରିଛନ୍ତି।ଚିକିତ୍ସାଳୟ କର୍ତ୍ତୃପକ୍ଷ କାହାକୁ କେବେ ଟିକା ପ୍ରଦାନ କରାଯିବ ଓ ଚିକିତ୍ସାଳୟ ରେ ଟୋକନ ପ୍ରଦାନ କରି ଲୋକଙ୍କୁ ଟିକା ପାଇଁ ସହଯୋଗ କଲେ ଟିକା କରଣ କେନ୍ଦ୍ର ରେ ଉତ୍ତେଜନା ହେବାର ସମ୍ଭାବନା କମ ହେବ ବୋଲି ବହୁ ବରିଷ୍ଠ ଶିକ୍ଷାବିତ,ଆଇନଜୀବୀ ,ସାମ୍ବାଦିକ ପ୍ରକାଶ କରିଛନ୍ତି।

Exit mobile version