୧୦ ଦିନରୁ ଉର୍ଦ୍ଧ ହେବ ଭଗୀପୁର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ବିଭାଗୀୟ ଅଧିକାରୀ ଙ୍କ ନୀରବତା ଚିନ୍ତାର ବିଷୟ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଡମପଡା ବ୍ଲକ ଅନ୍ତର୍ଗତ ଭଗୀପୁର ପଞ୍ଚାୟତ ସ୍ଥିତ ଭଗୀପୁର ଗ୍ରାମରେ ୧୦ ଦିନ ହେବ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ନାହିଁ ନଥିବା ହଇରାଣ ଭୋଗିବାକୁ ପଡ଼ୁଛି ଗ୍ରାମ ବାସୀ ଙ୍କୁ ଏହି ନେଇ ସରକାର ଙ୍କୁ ଅଭିଯୋଗ କରୁଛନ୍ତି। ସ୍ଵଜଳ ଧାରା ରେ ପାଣି ନ ମିଳିବାରୁ ନଳକୂପ ଆଗରେ ମହିଳାଙ୍କ ଲମ୍ବା ଧାଡି ।ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ମହିଳାମାନେ ଦେଲେ ଚେତାବନୀ।ସୂଚନା ମୁତାବକ ଗତ ୧୦ ଦିନରୁ ଉର୍ଦ୍ଧ ହେବ ବିଜୁଳି ଘଡ ଘଡିରେ ପାଣି ପମ୍ପ ମଟର ପୋଡି ଯିବା ଫଳରେ ଭଗୀପୁର ଗ୍ରାମ ବାସୀ ସ୍ଵଜଳ ଧାରା ମାଧ୍ୟମରେ ପାନୀୟ ଜଳ ଯୋଗାଣ ରୁ ବଂଚିତ। ଭଗୀପୁର ପଞ୍ଚାୟତ ସରପଞ୍ଚ ପଦ୍ମିନୀ ସାହୁ ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀ ଙ୍କୁ ପାଣି ମଟର ସଜାଡି ପାନୀୟ ଜଳ

ଯୋଗାଇଦେବାକୁ ବାରମ୍ବାର କହିଆସୁଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାହୁ କିମ୍ବା ବିଭାଗୀୟ କର୍ମଚାରୀ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ପିଇବା ପାଣି ମୁନ୍ଦେ ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଥିଲା ବେଳେ ସ୍ଥାନୀୟ ସରପଞ୍ଚ ଙ୍କ ଲୋକପ୍ରତିନିଧି ହୋଇ ଲୋକମାନଙ୍କ ସମସ୍ୟା ବୁଝିବା ଦୁରର କଥା ପଞ୍ଚାୟତରେ ସରପଞ୍ଚ ଙ୍କ ଦେଖା ମିଳୁନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି।ସରପଞ୍ଚ ଙ୍କ ନିଜସ୍ୱ ଗ୍ରାମରେ ଏଭଳି ସମସ୍ୟା ହୋଇଥିଲେ ମଧ୍ୟ ସରପଞ୍ଚ ଶ୍ରୀମତୀ ସାହୁ ଏହି ପାନୀୟ ଜଳ ସମସ୍ୟାର ସମାଧାନ କରିନଥିବାରୁ ସରପଞ୍ଚଙ୍କ କାର୍ଯ୍ୟ ଦକ୍ଷତା ଉପରେ ଗ୍ରାମ ବାସୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ସ୍ଵଜଳ ଧାରା ମାଧ୍ୟମରେ ପାନୀୟ ଜଳ ନ ମିଳୁଥିବାରୁ ଗ୍ରାମର ମହିଳା ମାନେ ନଳକୂପ ସମ୍ମୁଖରେ ଧାଡି ବାନ୍ଧି ଲୁହାମିଶାପାଣି ବୁହାଉଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ଗ୍ରାମରେ ଥିବା ଖୋଲା କୂଅ ରେ ବିଭିନ୍ନ ଗଛ ଅଳିଆ ଆବର୍ଜନା ଭର୍ତି କୂଅରୁ ମଧ୍ୟ ଦୂଷିତପାଣି ଆଣି ପିଉଛନ୍ତି। ଆସନ୍ତା ଦିନରେ ଯଥାଶୀଘ୍ର ସ୍ଵଜଳ ଧାରା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆ ନଗଲେ ସଂକୁନ୍ତଳା ସାହୁ, ବୀଣାପାଣି ନାୟକ, ପ୍ରମିଳା ଦଳେଇ, ପୂଜା ସାମଲ, ଲକ୍ଷ୍ମୀ ଦଳେଇ, ପ୍ରଜ୍ଞା ନାୟକ, ଲେଙ୍କା, ଖୋଲଣ।ସାହୁ, ହୀରା ସାହୁ ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଆଜି ଚେତାବନୀ ଦେଇଛନ୍ତି ।

Exit mobile version