ପ୍ରକୃତି ପ୍ରେମୀ ଙ୍କ ଦ୍ଵାରା ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ବାଙ୍କୀ :- ଆଜି ୭୨ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବାଙ୍କୀ ର ପ୍ରକୃତି ପ୍ରେମୀ ତଥା ସରକାରୀଶିକ୍ଷକ ରଜତ କୁମାର ତ୍ରିପାଠୀ ନିଜ ବାଡ଼ି ଓ ନିଜ ବିଦ୍ୟାଳୟ କୁସୁନ୍ଦl ହାଇସ୍କୁଲ ପ୍ରାଙ୍ଗଣ ରେ ୨୦ଗୋଟି ବୃକ୍ଷ ଚାରା ରୋପଣ କରିଥିଲେ ।

ପ୍ରକୃତି ଓ ପରିବେଶ ପାଇଁ ଶ୍ରୀ ତ୍ରିପାଠୀ ଆଜି ଡମପଡା,ସମନ୍ତରାପୁର,କୁସୁପଙ୍ଗି ,ତାଳବସ୍ତ ଗ୍ରାମ କୁ ଯାଇ ଲୋକ ମାନଙ୍କୁ ସଚେତନତା କରିବା ସହ ଆମ୍ବ, ବଉଳ, ହରିଡା,ଅଁଳା ଓ ଅର୍ଜୁନ ବୃକ୍ଷ ଚାରା ବଣ୍ଟନ କରିଥିଲେ।ସମସ୍ତେ ନିଜ ନିଜ ବାଡ଼ି ରେ ବୃକ୍ଷ ରୋପଣ କରିବା ପାଇଁ ଶ୍ରୀ ତ୍ରିପାଠୀ ପଣ କରାଇ ଥିଲେ।

Exit mobile version