ଅକ୍ସିଜେନ କଂଶଲ୍ଟେଟେଟର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର )  ରାୟଗଡ଼(ଗଜପତି) – ଜିଲ୍ଲା ପ୍ରଶାସନକୁ ଏକ ଅକ୍ସିଯେନ୍ କଂଶଲ୍ଟେଟେଟର (concentrator) ପ୍ରଦାନ କରାଯାଉଅଛି l ଭାରତରେ କୋଭିଡର ଦ୍ବିତୀୟଲହରୀରେ ଅକ୍ସିଜେନ ଅଭାବରୁ ଅନେକ ଲୋକ ମୃତ୍ୟୁ ବରଣ କରୁଥିବା ଦେଖି ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରେଭ ଆନନ୍ଦ ଶେଖର ଜୋସେଫ ଓ ଡ.ଖ୍ରୀଷ୍ଟା୍ପର ସଲମନ୍ ( ସି ଏସ ଆଇ ) ତେଲୁଗୁ କଟ୍ରିଯେସନ ଅଫ ନ୍ୟୁଅର୍କ ତରଫରୁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ବାସିନ୍ଦା ସୁଦିପ କୁମାର ପାଣି ଙ୍କ ଜରିଆରେ ଆଜି ଗଜପତି ଜିଲ୍ଲା ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ହସ୍ତାନ୍ତର କରା ଯାଇଛି l

ଏହାର ମୂଳ ଉଦ୍ଦେଶ୍ୟ ଗଜପତି ଜିଲ୍ଲା ରେ ଯେକୌଣି ଏକ କୋଭିଡ ସେଣ୍ଟର୍ ମାଧ୍ୟମରେ ବ୍ୟବହାର କରିବା ପାଇଁ ଉକ୍ତ ଅକ୍ସିଯନ ପ୍ରଦାନ କରାଯାଉଅଛି l ଏହି ଅକ୍ସିଜେନ (concentrator)କଂଶଲ୍ଟେଟେଟର ପ୍ରଦାନରେ ସାମ୍ବାଦିକ ସଂଜୀବ କୁମାର ପାଣି ଓ ବିଜୟ କୁମାର ଗୌଡ଼ ସହଯୋଗ କରିଥିଲେ

Exit mobile version