ବନମହୋତ୍ସବ ଓ ବୃକ୍ଷ ରୋପଣ ରେ ସାମିଲ ହେଲେ ଆଦିବାସୀ – ଜଙ୍ଗଲ ସୁରକ୍ଷା ପାଇଁ ଆହ୍ୱାନ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁଲାଇ ମଙ୍ଗଳବାର ) ପାଟଣାଗଡ଼  :- ଓଡ଼ିଶା ସରକାର ଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆହୁତ ବନମହୋତ୍ସବ ସପ୍ତାହ କାର୍ଯ୍ୟ କ୍ରମ ଅନୁସାରେ ପାଟଣାଗଡ଼ ବନାଞ୍ଚଳ ,ବେଲପଡା ସେକସନ ଦ୍ଵାରା ଆୟୋଜିତ ବନମହୋତ୍ସବ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ,ବେଲପଡା ଆଦିବାସୀ କର୍ମଚାରୀ ସଂଘ ର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଠୁଟିକୁଢେର ସଂରକ୍ଷିତ ଜଙ୍ଗଲ ସ୍ଥିତ ବାଞ୍ଜିଡୁଙ୍ଗୁରୀ ସେଟ୍ରାଲ ନର୍ସରୀ ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ବନମହୋତ୍ସବ ରେ ବେଲପଡା ତହସିଲଦାର ଶ୍ରୀମତୀ ପ୍ରଶାନ୍ତୀ ପ୍ରଧାନ ମୂଖ୍ୟ ଅତିଥି ,, ବିଡିଓ ଭିକ୍ଟର ସୋରେନ , ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବର ,ଭାର ପ୍ରାପ୍ତ ଥାନା ଅଧିକାରୀ ବୁଲୁ ମୁଣ୍ଡା ,ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ,ଏବିଡିଓ ଜଗବନ୍ଧୁ ମାଝୀ ,କପାଣି ସରପଞ୍ଚ ହେମାଞ୍ଜଳୀ ଧରୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ ପାଟଣାଗଡ଼ ରେଞ୍ଜର ରାଜକିଶୋର ଭୋଇ , ଫରେଷ୍ଟର ରଞ୍ଜିତ ସିଂ ବାବୁ ମହୋତ୍ସବ କୁ ପରିଚାଳନା କରିଥିଲେ ।

ପ୍ରାକୃତିକ ଜଙ୍ଗଲ ସୁରକ୍ଷା , ନୂତନ ଜଙ୍ଗଲ ସୃଷ୍ଟି ,ପଥପାର୍ଶ୍ଵ ବନୀ କରଣ , ଜଙ୍ଗଲ ପୋଡ଼ି ନିରାକରଣ ,ବନ୍ୟ ପ୍ରାଣୀ ମାନଙ୍କ ପିଇବା ପାଣି ର ବ୍ୟବସ୍ଥା ପାଇଁ ଜଙ୍ଗଲ ମଧ୍ୟରେ ଜଲାଶୟ ବ୍ୟବସ୍ଥା ,ଜୀବ ଜଗତ ର ସୁରକ୍ଷା , ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷା ହିଁ ଅପରିହାର୍ଯ୍ୟ ଏବଂ ଏକମାତ୍ର ବିକଳ୍ପ ବୋଲି ବନମହୋତ୍ସବ ରେ ଯୋଗଦେଇ ଥିବା ମୂଖ୍ୟ ଅତିଥି ଓ ଅତିଥି ମାନେ ପ୍ରକାଶ କରିଥିଲେ ।

ଜନ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଗ୍ରାମ ରେ ସଚେତନତା ସଭା କରିବାକୁ ବକ୍ତା ମାନେ ଆହ୍ୱାନ କରିଥିଲେ । ଜଙ୍ଗଲ ଧ୍ବଂସ ହେଲେ ଜୀବ ଜଗତ ଧଂସ୍ବ ‌ ହୋଇଯିବ ବୋଲି ଅତିଥି ଗଣ ଚିନ୍ତା ପ୍ରକଟ କରିଥିଲେ । ଏହି ବନମହୋତ୍ସବ କାର୍ଯ୍ୟ କ୍ରମ ରେ ଡମ୍ବରୁ ଧରୁଆ , ଗନ୍ଧର୍ବ ମାଝୀ ,ଭୁପାଲ ସିଂ ବିଶ୍ଵାଳ , ଗୋପାଳ ନାଗ ,ଅନୁଜ ସିଂ ମାଝୀ , ସୁରେଶ ମାଝୀ ,ଦୂର୍ବାଶା ମଲିକ,ଧୂବଲେଶ୍ଵର ରାଉତ , ଦୁଃଖନାଶନ ବିଶ୍ଵାଳ ,ନୀଳୁ ବରିହା , ରାଜେନ୍ଦ୍ର ଧରୁଆ ,ଘନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।  (ପାଟଣାଗଡ଼/ ଗୋରେଖନାଥ ବରିହା )

Exit mobile version