ଗ୍ରାହକ ସାଜି ଆସି ଗହଣା ଲୁଟେରା ଅଟକ

ଓଡ଼ିଶା ତାଜା ନ୍ୟୁଜ ( ୫ ଜୁଲାଇ ସୋମବାର) ସୋର :- ଗ୍ରାହକ ସାଜି ୫ ଲକ୍ଷ ଟଙ୍କାର ଗହଣା ଲୁଟିନେବା ବେଳେ ଧରାପଡିଲେ ଲୁଟେରା । ଏହି ଅଭିଯୋଗରେ ଜଣଙ୍କୁ ପୋଲିସ ଅଟକ ରଖିଛି। ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋର ନୂଆ ସିନେମା ହଲ୍ ରାସ୍ତାରେ ଥିବା ମା’ ମଙ୍ଗଳା ଜୁଏଲାରୀରୁ ଦୁଇଜଣ ଦୁର୍ବୃତ୍ତ ଗହଣା କିଣିବାକୁ ଆସିଥିଲେ।

ଦୋକାନୀଙ୍କୁ ଗହଣା ଦେଖାଇବାକୁ କହିବାରୁ ଦୋକାନୀ ଗହଣା ବାହାର କରୁଥିବା ବେଳେ ଲୁଟେରା ଦୁଇଜଣ ୫ ଲକ୍ଷ ଟଙ୍କା ଗହଣା ନେଇ ଚମ୍ପଟ୍ ମାରୁଥିବା ବେଳେ ସ୍ଥାନୀୟ ଲୋକ ଜଣକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି। ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି। (ଦୀପ୍ତିମାନ ପତି, ବାଲେଶ୍ୱର )

Exit mobile version