ନର୍ଲା ବିଧାୟକଙ୍କ ଦ୍ଵାରା ସ୍ମାର୍ଟ ସ୍କୁଲର ଉନ୍ନତି କାର୍ଯ୍ୟର ସମୀକ୍ଷା

 ଓଡ଼ିଶା ତାଜା ନ୍ୟୁଜ ( ୫ ଜୁଲାଇ ସୋମବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲାର ୨୬ ଗୋଟି ହାଇସ୍କୁଲକୁ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ଭାବରେ ଗଢିବାକୁ ପ୍ରୟାସ ହୋଇଛି। ଏହି ପରିପ୍ରେକ୍ଷୀରେ ନର୍ଲା ବ୍ଳକର ନର୍ଲା ସ୍ଥିତ ପଞ୍ଚାୟତ ସମିତି ସରକାରୀ ଉଚ୍ଚବିଦ୍ୟାଳୟକୁ ମଧ୍ୟ ସ୍ମାର୍ଟ ସ୍କୁଲ ଭାବରେ ମନୋନୀତ କରାଯାଇ ଉନ୍ନତି ମୂଳକ କାର୍ଯ୍ୟ ଚାଲିଛି। ଏ‌ହି ବିଦ୍ୟାଳୟକୁ ନର୍ଲା ବିଧାୟକ ଭୂପିନ୍ଦର ସିଂ ପରିଦର୍ଶନ କରି ଉନ୍ନତି କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ମାର୍ଟ ହାଇସ୍କୁଲର ଉନ୍ନତି କାମ ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯାଉଛି ।

ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ଏଥିରେ ଉପସ୍ଥିତ ରହି ବିଦ୍ୟାଳୟର ଲାଇବ୍ରେରୀ, ଶ୍ରେଣୀ ଗୃହ ଗୁଡିକୁ ଦେଖାଇ ବିଦ୍ୟାଳୟର ସ୍ଥିତି ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଆବଶ୍ୟକ ଥିବା ତଥା ଭାଙ୍ଗି ପଡିଥିବା ଗୃହ ଗୁଡ଼ିକର ପୂନଃ ନିର୍ମାଣ, ସାଇକେଲ ଷ୍ଟାଣ୍ଡ, ଶୈ।ଚାଳୟ , ପାଚେରୀ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ ବିଧାୟକଙ୍କୁ ଜଣାଇଥିଲେ।

ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡ଼ି ସଭାପତି ପରେଶ୍ ପଧାନ, ସମ୍ପାଦକ ଭ୍ରମର ନାଗ, ସୁମନ୍ତ ପୁଝାରୀ, ସର୍ଗିଗୁଡା ପୂର୍ବତନ ସରପଂଚ ମହେଶ ଜୈନ, ଅର୍ଜୁନ ପ୍ରଧାନ, ଜୟନ୍ତ ଗଉଡ, କିଶୋର ମାଝୀ, ମନୋଜ ଭୋଇ, ପ୍ରଦୀପ ହଂସ, ପୂର୍ଣ୍ଣ ପୁଝାରୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବାସୁଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version