ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଜୁଲାଇ , ସୋମବାର )ପଦ୍ମପୁର :- ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିସର କୁ ସମ୍ପୂର୍ଣ ରୂପେ ସଫା କଲା ପରେ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ଗୋଟିଏ ଗୋଟିଏ ଗଛ ଲାଗେଇଥିଲେ ଓ ତାର ଯତ୍ନ ନେବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଜ୍ୟୋତ୍ସ୍ନାରାଣୀ ସାହୁ, ଚିନ୍ତାମଣି ସାହୁ,ପ୍ରେମାନନ୍ଦ ବେହେରା,ଜୀବନନନ୍ଦ ସାହୁ,ମିନତୀ ଦାସ, ମାନସ ରଞ୍ଜନ ଶତପଥୀ,ସୁରେଶ ଚନ୍ଦ୍ର ଚୌହାନ,ନିଲିମାରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ଉପସ୍ଥିତ ଥିଲେ। ଶେଷରେ ଏ ପୃଥିବୀ କୁ ସବୁଜମୟ କରିବାର ପରିକଳ୍ପନା ନେଇ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version