ବିଜୁ ଜନତା ଦଳର କାର୍ଯ୍ଯକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଜୁଲାଇ , ସୋମବାର ) ପଦ୍ମପୁର :- ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ସୋମବାର ଦିନ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତାଦଳ ର କେତେକ ପ୍ରମୁଖ କାର୍ଯ୍ଯକର୍ତ୍ତା ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ।

ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ଯକର୍ତ୍ତା ଶ୍ରୀ ଭଗବାନ ଲୁହାର,ରାଜ କୁମାର ତରିଆ,ମଧୁସୂଦନ ମେହେର,ଦିବ୍ଯ କୁମାର ନାୟକ,ଅନ୍ତ ପଟେଲ,ସୋନୁ ମିର୍ଦ୍ଧା,ଦୟାନିଧି ଝଗରା,ରୂପାଧର ମଲ୍ଲିକ,ଫକିର ରଣା,ଲାଲ ବିହାରୀ ରଣା,ନାରାୟଣ ବାଗ,ତୁରେଶ ନାଗ ଆଦି ବିଜେପି ଦଳର ସଦସ୍ଯତା ଗ୍ରହଣ କରିବା ସହ ବିଜେପିର ବିଚାର ଧାରାରେ ରାଜନୀତି କରିବା ପାଇଁ ଶପଥ ପାଠ କରିଥିଲେ । ପୂର୍ବରୁ ବିଜୁ ଜନତା ଦଳର ବରିଷ୍ଠ ନେତା ଶୁଶାନ୍ତ ନାଗ ଓ ଦିବାକର ତାଣ୍ତି,ଅଜୟ ସେଠଙ୍କ ନେତୃତ୍ବରେ ଶତାଧିକ ବିଜେଡି କାର୍ଯ୍ଯକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ ।

ଆଜିର ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ,ରାଜେନ୍ଦ୍ର ସେଠ,ମାଧବ ପାଣିଗ୍ରାହୀ,ବିରଞ୍ଚି ଭୁଏ,ଶିବିନ ଲୁହାର ଆଦି ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version